
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ଆପଣଙ୍କୁ ଏକ ଚଟପଟା ଖାଦ୍ୟ ‘ମକା ଚାଟ୍’ର ସହଜ ପ୍ରସ୍ତୁତି ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ମିଠା ମକା, ତେଲ, କର୍ନ୍ଫ୍ଲୋର୍, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍ ମସଲା, ଲଙ୍କା ଗୁଣ୍ଡ, ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଳ୍ପ ପାଣିରେ ଲୁଣ ପକାଇ ମକାକୁ ସିଝାଇ ଏହାକୁ ଛାଣି ଦିଅନ୍ତୁ। ମକା ଥଣ୍ଡା ହୋଇଯିବା ପରେ ସେଥିରେ କର୍ନଫ୍ଲୋର୍, ଚାଟ୍ ମସଲା, ଲଙ୍କା ଗୁଣ୍ଡ, ଜିରା ପାଉଡର୍, ଗୋଲମରିଚ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣପକାଇ ଭଲଭାବେ ମିଶାଇ ଦିଅନ୍ତୁ। ପରେ ଏକ ପାତ୍ରରେ ତେଲ ଗରମ କରି ପୂର୍ବରୁ ମସଲା ମିଶା ଯାଇଥିବା ମକାକୁ ଡିପ୍ ଫ୍ରାଏ କରନ୍ତୁ। ମକା ଛାଣି ସାରିଲା ପରେ ଏହାକୁ ଏକ ଟିସୁ ପେପର୍ରେ ରଖନ୍ତୁ। ଫଳରେ ତେଲ ସବୁ ଛାଣି ହୋଇଯିବ। ଏବେ ସେଥିରେ ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, କଞ୍ଚା ଲଙ୍କା, ଜିରା ପାଉଡ଼ର, ଚାଟ୍ ମସଲା, ଧନିଆପତ୍ର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଏବେ ‘ମକା ଚାଟ୍’ର ର ମଜା ନିଅନ୍ତୁ।
ମନେ ରଖନ୍ତୁ, ଯଦି ଏହି ଚାଟ୍କୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଚାହୁଁଛନ୍ତି, ତେବେ ଏଥିରେ ଟମାଟୋ ଓ ପିଆଜ କଟା ମଧ୍ୟ ପକାଇ ପାରିବେ।
from Odisha Reporter http://bit.ly/2Q1StyD
No comments:
Post a Comment