
ନୂଆଦିଲ୍ଲୀ: ରାତି ପାହିଲେ ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଶେଷ ହୋଇଛି। ତେବେ ବୁଧବାର ପ୍ରଚାର ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଶରୀରକୁ ନେଇ ଜେଡିୟୁରୁ ବହିଷ୍କୃତ ହୋଇଥିବା ଶରଦ ଯାଦବ ତାଚ୍ଛଲ୍ୟ କରିଥିବା ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍ଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଶରଦ ଯାଦବଙ୍କ ବୟାନ ରହିଛି। ଏଥିରେ ଶରଦ ଯାଦବ ଏକ ଜନ ସମାବେଶକୁ ଉଦ୍ବୋଧନ ଦେଉଛନ୍ତି।

ଯେଉଁଥିରେ ସେ କହିଛନ୍ତି, “ ବସୁନ୍ଧରାଙ୍କୁ ଆରାମ ଦରକାର। ସେ ବହୁତ ଥକି ଗଲେଣି। ଏବେ ସେ ବହୁତ ମୋଟି ହୋଇଗଲେଣି। ପୂର୍ବରୁ ସେ ବହୁତ ପତଳା ଥିଲେ। ସେ ମଧ୍ୟପ୍ରଦେଶର ଝିଅ।” ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଶରୀରକୁ ନେଇ ଶରଦ ଯାଦବଙ୍କ ଏଭଳି ବୟାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
ଦେଖନ୍ତୁ ଭିଡିଓ
#WATCH Sharad Yadav on Vasundhra Raje in Alwar, Rajasthan: Vasundhra ko aaram do, bahut thak gayi hain, bahut moti ho gayi hain, pehle patli thi. Humare Madhya Pradesh ki beti hai. pic.twitter.com/8R5lEpuSg0
— ANI (@ANI) December 6, 2018
from Odisha Reporter https://ift.tt/2PnuN7D
No comments:
Post a Comment