ରାଫେଲ ଡିଲ୍‌ ରାୟରେ ସାମାନ୍ୟ ସଂଶୋଧନ ପାଇଁ କେନ୍ଦ୍ରର ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ରାଫେଲ ଡିଲ୍‌ ରାୟରେ ସାମାନ୍ୟ ସଂଶୋଧନ ପାଇଁ କେନ୍ଦ୍ରର ଆବେଦନ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଡିଲ୍‌ରେ ସୁପ୍ରିମକୋର୍ଟ କୌଣସି ଅନିୟମିତତା ହୋଇନାହିଁ ବୋଲି କହି ମୋଦି ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ହେଲେ ଏହାକୁ ନେଇ ବିରୋଧୀଙ୍କ ହଙ୍ଗାମା ବନ୍ଦ ହେବାର ନାଁ ଧରୁନି।

ସୁପ୍ରିମକୋର୍ଟ ତାଙ୍କ ରାୟରେ ରାଫେଲ୍‌ ଡିଲ୍‌ର ସିଏଜି ରିପୋର୍ଟ ପବ୍ଲିକ ଆକାଉଣ୍ଟସ କମିଟି ବା ପିଏସି ନିକଟରେ ଉପସ୍ଥାପନ କରାଯାଇଥିବା ସରକାର କହିଛନ୍ତି ବୋଲି ଉଲ୍ଲେଖ କରିଥିବାରୁ ଏହାକୁ ନେଇ ବିରୋଧୀ ପୁଣି ମୋଦି ସରକାରଙ୍କୁ ଘେରିଛନ୍ତି। ବାସ୍ତବରେ ସିଏଜି ରାଫେଲ ଡିଲ୍‌ର ସମସ୍ତ ନିୟମ ଏବଂ ଦରକୁ ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ।

କୌଣସି ଅଜ୍ଞାତ କାରଣ ବଶତଃ ସେହି ରିପୋର୍ଟରେ ପିଏସି ଲେଖା ହୋଇଯାଇଥିବାରୁ ସୁପ୍ରିମକୋର୍ଟ ଏଭଳି କହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିସହ ରାଫେଲ୍‌ ଡିଲ୍‌ ସଂକ୍ରାନ୍ତ ରାୟରୁ ଏହି ଅଂଶକୁ ବାଦ ଦେବାକୁ କେନ୍ଦ୍ର ସରକାର ଆବେଦନ ମଧ୍ୟ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ପିଟିସନ୍‌ରେ କୁହାଯାଇଛି ଯେ, “ ସୁପ୍ରିମକୋର୍ଟ ସିଲ୍‌ କଭରରେ ଦିଆଯାଇଥିବା ପ୍ରୋସିଜିୟରକୁ ବୁଝିବାରେ ଭୁଲ କରିଛନ୍ତି। ସରକାରଙ୍କ ଅଡିଟର ସିଏଜି ଯୁଦ୍ଧ ବିମାନର ଦରକୁ ତର୍ଜମା କରିବା ସହ ରିପୋର୍ଟ ଦେଇଥିଲେ। ସିଲଡ କଭର ବା ବନ୍ଦ ଲଫାଫାରେ କେବଳ ଯୁଦ୍ଧ ବିମାନର ସଂକ୍ଷିପ୍ତ ବିବରଣୀ ଏବଂ ଦର ସମ୍ପର୍କିତ ତଥ୍ୟ ଦିଆଯାଇଥିଲା। ତେଣୁ ସୁପ୍ରିମକୋର୍ଟ ଏହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ।”

ଅନ୍ୟପକ୍ଷରେ ପିଏସି କମିଟି ଅଧ୍ୟକ୍ଷ ତଥା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, “ ମୁଁ ପିଏସି ଅଧ୍ୟକ୍ଷ ହୋଇଥିଲେ ହେଁ ମୋ ପାଖକୁ ସିଏଜି ରିପୋର୍ଟ ଆସିନାହିଁ। ତଥାପି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ମିଥ୍ୟା ତଥ୍ୟ ଉପସ୍ଥାପନ କରି କ୍ଲିନ୍‌ଚିଟ୍‌ ପାଇଛନ୍ତି। ତେଣୁ ପିଏସି ଅଡିଟର ଜେନେରାଲ ଓ ଏଜିଙ୍କୁ ସମନ୍‌ କରିବି। କେନ୍ଦ୍ର ସରକାର କ୍ଷମା ମାଗନ୍ତୁ।”

ରାଫେଲ ଡିଲ୍‌ରେ ସୁପ୍ରିମକୋର୍ଟ ମୋଦି ସରକାରଙ୍କୁ କ୍ଲିନ୍‌ଚିଟ୍ ଦେଇଥିଲେ ହେଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହାକୁ ଗ୍ରହଣ କରିବାକୁ ରାଜି ନାହାନ୍ତି। ସେ ଏବେ ରାଫେଲ ଡିଲ୍‌ର ତଦନ୍ତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ଦ୍ୱାରା କରିବାକୁ ଦାବି କରିଛନ୍ତି। ଜେପିସିରେ ସଂସଦର ସଦସ୍ୟମାନେ ରହିବେ। କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କୌଣସି ପ୍ରକାରର ଜେପିସି ତଦନ୍ତ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। କାରଣ ରାଫେଲ ଯୁଦ୍ଧ ବିମାନ କିଣା ସହ ଦେଶର ସୁରକ୍ଷା ପ୍ରଶ୍ନ ଜଡ଼ିତ ରହିଛି। ତେଣୁ ଏହାର ତଥ୍ୟ ସାର୍ବଜନୀନ କରାଯାଇ ପାରିବ ନାହିଁ।



from Odisha Reporter https://ift.tt/2S3wrgG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages