ପଦାରେ ପଡ଼ିଲା ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀର ମିଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ପଦାରେ ପଡ଼ିଲା ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀର ମିଛ

ନୂଆଦିଲ୍ଲୀ: ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀର ବେବି ପାଉଡର୍‌ରେ ଆସ୍‌ବେଷ୍ଟସ୍‌ ପାଉଡର୍‌ ରହିଛି, ଯାହା କ୍ୟାନସର୍‌ ରୋଗ ସୃଷ୍ଟି କରିଥାଏ ବୋଲି ଚଳିତ ବର୍ଷ ଅଗଷ୍ଟ ମାସରେ ଖବର ପ୍ରକାଶ ପାଇଥିଲା। ଏଥିପାଇଁ କମ୍ପାନୀ ୩୨ ହଜାର କୋଟି ଟଙ୍କା ଜୋରିମାନା ମଧ୍ୟ ଦେଇଥିଲା।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ଏହି କଥାକୁ ମାନିବାକୁ ପ୍ରସ୍ତୁତ ନ ଥିଲା ଯେ, ବେବି ପାଉଡର୍‌ ଦ୍ୱାରା କ୍ୟାନସର୍‌ ହେଉଛି। ବର୍ତ୍ତମାନ ହୋଇଥିବା ରଏଟର୍ସର ରିପୋର୍ଟ ଅନୁସାରେ, ବେବି ପାଉଡର୍‌ରେ ଆସ୍‌ବେଷ୍ଟସ୍‌ ପାଇଁ ବ୍ୟବହୃତ ଗୁଣ୍ଡ ମିଶୁଛି, ଯାହା ଦ୍ୱାରା କ୍ୟାନସର୍‌ ହୋଇଥାଏ, ଏହି କଥା କମ୍ପାନୀକୁ ବହୁ ଆଗରୁ ଜଣାଥିଲା।

ରଏର୍ଟସ୍‌କୁ ଇଣ୍ଟର୍‌ନ୍ୟାସନାଲ୍‌ ତଥ୍ୟ ମୁତାବକ କେବଳ କମ୍ପାନୀ ନୁହେଁ, ଏଥିରେ ଥିବା ଏକ୍‌ଜିକ୍ୟୁଟିଭ୍‌, ମାଇନ୍ସ ମ୍ୟାନେଜର୍‌ ମଧ୍ୟ କମ୍ପାନୀର ଏହି ସତ କଥାକୁ ଜାଣିଥିଲେ। ଏହା ସହିତ ସାଇଣ୍ଟିଫିକ୍‌ ଟିମ୍‌, ଡାକ୍ତରୀ ଦଳ ଓ କମ୍ପାନୀର ଓକିଲ ମଧ୍ୟ ଏହି ବିଷୟରେ ଅବଗତ ଥିଲେ।

ଏହାପରେ ମଧ୍ୟ କମ୍ପାନୀ ତାର ପ୍ରଡକ୍ଟକୁ ବିକ୍ରି କରି ଆସୁଥିଲା। ୧୯୭୧ରୁ ୨୦୦୦ ମଧ୍ୟରେ ଅନେକ ଥର କମ୍ପାନୀର ପାଉଡର୍‌କୁ ପରୀକ୍ଷା କରିବା ପରେ ଏଥିରେ ଆସ୍‌ବେଷ୍ଟସ୍‌ ଗୁଣ୍ଡ ଥିବା ଜଣା ପଡ଼ିଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ସତ୍ୟ ଜଣାପଡ଼ିବା କଥାକୁ ଲୁଚାଇ ରଖିବା ପାଇଁ ଆମେରିକା ରେଗୁଲେଟର୍ସ ଉପରେ କମ୍ପାନୀ ଚାପ ମଧ୍ୟ ପକାଇଥିଲା। ଚାପ ପକାଇବାର କାରଣ ଥିଲା କମ୍ପାନୀ ଆସ୍‌ବେଷ୍ଟସ୍‌ର ମାତ୍ରାକୁ କମ୍‌ କରିବା ପାଇଁ ଚାହୁଁଥିଲା। ଏଥିରେ କମ୍ପାନୀ ସଫଳ ମଧ୍ୟ ହୋଇଥିଲା।

ରିପୋର୍ଟ ସାମ୍ନାକୁ ଆସିବା ପରେ  କମ୍ପାନୀର ସେୟାର୍‌ ବଜାରରେ ୧୦ ପ୍ରତିଶତ ହ୍ରାସ ପାଇଥିଲା।  ଏହାପରେ ୧୯ ଜୁଲାଇ ୨୦୦୨ ମସିହାରେ ସେୟାର୍‌ ବଜାରରେ କମ୍ପାନୀର ୧୬ ପ୍ରତିଶତ ସେୟାର୍‌ ହ୍ରାସ ପାଇଥିଲା। କିନ୍ତୁ ରଏଟର୍ସର ରିପୋର୍ଟ ପ୍ରକାଶ ପାଇବା ପରେ ୧୪ ଡିସେମ୍ୱର ୨୦୧୮ରେ କମ୍ପାନୀ ସବୁଠାରୁ ଅଧିକ କ୍ଷତି ସହିଛି। ସେୟାର୍ ମାର୍କେଟ୍‌ରେ କମ୍ପାନୀର ଅଧିକ ସେୟାର୍‌ ହ୍ରାସ ପାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2S1GO4Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages