ଖୁବ୍‌ ଶୀଘ୍ର ବାପା ହେବାକୁ ଚାହାନ୍ତି ନିକ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଖୁବ୍‌ ଶୀଘ୍ର ବାପା ହେବାକୁ ଚାହାନ୍ତି ନିକ୍‌!

ମୁମ୍ବାଇ: ବାହାଘରର ଚର୍ଚ୍ଚା ନ ଥମୁଣୁ ଏବେ ସନ୍ତାନ୍ତ ଜନ୍ମକୁ ନେଇ ନୂଆ ଚର୍ଚ୍ଚା। ଆମେ କହୁଛୁ, ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ତଥା ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନସ୍‌ଙ୍କ ନିଆରା ଯୋଜନାର କଥା।

ବାହାଘର ପରେ ପ୍ରିୟଙ୍କାକୁ ଭାରତରେ ଛାଡ଼ି ନିକ୍‌ ଆମେରିକା ଯାଇଛନ୍ତି। ତେବେ ଏହା ଭିତରେ ଏକ ନୂଆ କଥା ସାମ୍ନାକୁ ଆସିଛି। ନିକଟରେ ଏକ ସାକ୍ଷାତକାରରେ ନିକ୍‌ କହିଥିଲେ ଯେ ସେ ଖୁବ୍‌ ଶୀଘ୍ର ବାପା ହେବାକୁ ଇଚ୍ଛା କରୁଛନ୍ତି। ଏପରିକି ଏହି ସାକ୍ଷାତକାରରେ ସେ କହିଥିଲେ ଯେ ପ୍ରିୟଙ୍କାଙ୍କୁ ଶିଶୁମାନେ ଖୁବ୍ ଭଲ ଲାଗନ୍ତି। ଏଣୁ ସେ ନିଜ ପିଲାଙ୍କ ଯତ୍ୱ ସଠିକ୍‌ ଭାବେ ନେଇ ପାରିବେ। ତେବେ ଖୁବ୍‌ଶୀଘ୍ର ନିଜ ପିଲାଙ୍କ ସହ ସେମାନେ ସମସ୍ତଙ୍କ ସାମ୍ନାକୁ ଆସିବେ ବୋଲି ସେ ଆଶାବାଦୀ ଥିବା ନିକ୍‌ କହିଥିଲେ।

ଅନ୍ୟପକ୍ଷରେ କିଛି ଦିନ ତଳେ ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏକାଧିକ ପିଲାଙ୍କ ମା’ ହେବାକୁ ଚାହାଁନ୍ତି।

ଏଇ ମାସରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କୁ ରାଜସ୍ଥାନର ଯୋଧପୁରରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ରୀତି ନୀତିରେ ଦୁହେଁ ବିବାହ କରିଛନ୍ତି।



from Odisha Reporter https://ift.tt/2LjMF31

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages