
ନୂଆଦିଲ୍ଲୀ: ସିବିଆଇ ମହାକଳିରେ କେନ୍ଦ୍ର ସରକାର କାହିଁକି ହସ୍ତକ୍ଷେପ କରିଥିଲେ ସେକଥା ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ମଧ୍ୟରେ ‘ବିଲେଇ ଲଢ଼େଇ’ ଚାଲିଥିଲା। ତେଣୁ ବାଧ୍ୟ ହୋଇ କେନ୍ଦ୍ର ସରକାର ଏହି କ୍ୟାଟ୍ ଫାଇଟ୍ରେ ହସ୍ତକ୍ଷେପ କରି ଉଭୟଙ୍କୁ ଛୁଟିରେ ପଠାଇ ଦେଇଥିଲେ ବୋଲି ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
କ’ଣ ପାଇଁ କେନ୍ଦ୍ର ସରକାର ବିଳମ୍ବିତ ରାତିରେ ସିବିଆଇ ମୁଖ୍ୟଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲେ, ତା’ର ଉତ୍ତର ଦେବାକୁ ଯାଇ ଭେନୁଗୋପାଲ କହିଛନ୍ତି, “ ଦୁଇ ସିବିଆଇ ଅଫିସର କେମିତି ଲଢ଼େଇ କରୁଥିଲେ, ତାକୁ ଦୀର୍ଘ ସମୟ ଧରି ଭାରତ ସରକାର ଦେଖୁଥିଲେ। ତେବେ ସେମାନଙ୍କ ଲଢ଼େଇ ତୀବ୍ର ରୂପ ଧାରଣା କରିଥିଲା। ତେଣୁ ସିବିଆଇର ସ୍ୱଚ୍ଛତା ଏବଂ ନିରପେକ୍ଷତାକୁ ଯେମିତି କ୍ଷତି ନ ପହଞ୍ଚିବ ସେଥିପାଇଁ ଉଭୟ ଅଫିସରଙ୍କୁ ଛୁଟିରେ ପଠାଯାଇଥିଲା। ଏଥିପାଇଁ ସିଭିସି ହିଁ ଅନୁମତି ଦେଇଥିଲେ। ଏଥିରେ ସରକାରଙ୍କର କୌଣସି ଭୂମିକା ନାହିଁ। ସିଭିସି କିଏ ଭୁଲ ଓ କିଏ ଠିକ୍ ସେକଥା ବିଚାର କରିବେ।”
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଶ୍ରୀ ବର୍ମାଙ୍କ ଆବେଦନର ଶୁଣାଣି କରୁଛନ୍ତି। ଏହି ସମୟରେ କେନ୍ଦ୍ର ସରକାର ନିଜର ପକ୍ଷ ରଖିଛନ୍ତି।
from Odisha Reporter https://ift.tt/2FXRG20
No comments:
Post a Comment