
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ହୋଇପଡ଼ିଛନ୍ତି ସେକ୍ସ ମାଫିଆ। ବେଧଡ଼କ ଚାଲିଛି ଦେହ ବ୍ୟବସାୟ। ହ୍ୱାଟ୍ସ ଆପ୍ରେ ଭଳି ସୋଶାଲ ମିଡ଼ିଆ ସହାୟତାରେ ଚାଲିଛି ଗ୍ରାହକ ଯୋଗାଡ଼। ଲଜ୍, ବାର୍, ହୋଟେଲ ଓ ଫ୍ଲାଟ୍ରେ ଚାଲିଛି ଦେହ ବେପାର। ସେକ୍ସ ଦଲାଲ ନିର୍ଭୟରେ କାରବାର ଚଳାଇଛନ୍ତି। ଆଉ ରୀତିମତ ପାଉଣା ମିଳୁଥିବାରୁ ପୁଲିସ ସବୁ ଜାଣି ନଜାଣିବାର ଅଭିନୟ କରୁଛି।
ଭୁବନେଶ୍ୱରରେ ଦେହ ବେପାର ପାଇଁ ଅନେକ ୱେବସାଇଟ୍ ରହିଛି। ଏଭଳି ଏକ ୱେବସାଇଟ୍ରୁ ନମ୍ବର ଆଣି ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି।
ଶୁଣନ୍ତୁ କେମିତି ହେଉଛି ଡିଲ୍…
ଆମ ପ୍ରତିନିଧି: ଅନ୍ଲାଇନ୍ରୁ ଆପଣଙ୍କ ନମ୍ୱର ପାଇଲି
ଦଲାଲ: ମୋର ଏହି ନମ୍ୱର ହ୍ୱାଟ୍ସ ଆପ୍ରେ ଅଛି… ହ୍ୱାଟ୍ସ ଆପ୍ରେ ଆସନ୍ତୁ।
ଆମ ପ୍ରତିନିଧି: ସର୍ଟ କେତେ ପଡ଼ୁଛି?
ଦଲାଲ: ୨୫୦୦ ଟଙ୍କା
ଆମ ପ୍ରତିନିଧି: ନାଇଟ୍କୁ କେତେ ନେଉଛ କି?
ଦଲାଲ: ୮୦୦୦ ଟଙ୍କା
ଡିଲ୍ ହେବା ପରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି ପୂରା ପ୍ୟାକେଜ୍। ଯୁବତୀଙ୍କ ସହ ରୁମ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଉଛି। ତା’ ସହିତ ପୁଲିସଠାରୁ ସୁରକ୍ଷା ବି ଯୋଗାଇ ଦିଆଯାଉଛି। ଏମିତିକି ଦଲାଲମାନେ ନିଜେ ଗ୍ରାହକଙ୍କୁ ସୁରକ୍ଷା ଦେଉଛନ୍ତି। ଦଲାଲଙ୍କ କହିବା ଅନୁସାରେ ସେକ୍ସ ରାକେଟ୍ ଚଳାଇବାକୁ ହେଉଛି ପୂରା ସେଟିଂ। ଅର୍ଥାତ ପୁଲିସ ପ୍ରଶାସନ ମଧ୍ୟ ଏଥିରେ ଭାଗିଦାରୀ ରହିଛନ୍ତି। ପଢ଼ନ୍ତୁ ଆଉଏକ କଥୋପକଥନ।
ଆମ ପ୍ରତିନିଧି: ଆଚ୍ଛା ଭାଇ ସେପ୍ଟି ତ…
ଦଲାଲ: ପୂରା ସେପ୍ଟି…. ମୁଁ ବାହାରେ ରହିବି।
ଆମ ପ୍ରତିନିଧି: ଭାଇ ରେଟ୍ କେତେ?
ଦଲାଲ: ମୋର ରୁମ୍ ସହିତ ୨୫୦୦ ଟଙ୍କା… କିଛି ନାହିଁ ଆମେ ପୁଲିସକୁ ୭୦ ହଜାର ଟଙ୍କା ଦେଉଛୁ…. ନହେଲେ ଏମିତି ଖୋଲମ୍ଖୋଲା ଆପଣ ଜାଣୁଛନ୍ତି ତ….
ସେହିପରି ହୋଟେଲ୍ରେ କେମିତି ହେଉଛି ଦେହ ପାଇଁ ଡିଲ୍ ପଢ଼ନ୍ତୁ ଏକ କଥୋପକଥନ।
ଆମ ପ୍ରତିନିଧି: ପୁଲିସ ପ୍ରୋବ୍ଲେମ୍ ହେବନି ତ?
ଦଲାଲ: କିଛି ଟେନ୍ସନ୍ ନାହିଁ। ପଇସା ଦିଆ ହେଉଛି। ଆମର ସେମିତି ସେଟିଂ ନଥିଲେ ଆମେ କେମିତି ପିଲା ରଖି ବେପାର କରୁଛୁ? ଭୁବନେଶ୍ୱରରେ ଏହି ଲାଇନ୍ରେ ଯେତେ ଓପ୍ନ ବାର୍ ରହିଛି, ସବୁଠି ଚାଲିଛି।
ଆମ ପ୍ରତିନିଧି: ରେଡ୍ ହେଉନି?
ଦଲାଲ: ମୋଟା ଅଙ୍କର ପଇସା ଦିଆଯାଉଛି…. ଆସନ୍ତୁ ଦେଖି ଆସିବେ… ଜଣେ ଆସନ୍ତୁ ଦେଖିଦେବେ...
ପୁଲିସକୁ ଚକ୍ମା ଦେବାକୁ ଦେହ ଦଲାଲ୍ ଖୋଜିଛନ୍ତି ନୂଆ ବାଟ। ବଡ଼ ବଡ଼ ଆପାର୍ଟମେଣ୍ଟରେ ଫ୍ଲାଟ୍ ଭଡ଼ା ନେଇ ନିର୍ଭୟରେ ବେପାର କରୁଛନ୍ତି।
ଆମ ପ୍ରତିନିଧି: ଯେଉଁ ଫଟୋ ଦେଖାଇଥିଲ, ସେମାନେ ତ ନାହାନ୍ତି।
ଦଲାଲ: ଇଏ ତ ବସିଛି… ୩ ଜଣ ଅଛନ୍ତି…. ଏ ପିଲାକୁ ଏବେ ଛାଡ଼ି ଆସିଲି। ଏଇଟା ଓଡ଼ିଆ ପିଲା। ଦୁନିଆ ପିଲା ଆସୁଛନ୍ତି, ଦୁନିଆ ପିଲା ଯାଉଛନ୍ତି ଚାରି ପାଞ୍ଚ ଦିନରେ।
ସେପଟେ ରାଜଧାନୀରେ ଅନ୍ଲାଇନରେ ଦେହ ବ୍ୟବସାୟ ବଢୁଥିବା ନେଇ ପୁଲିସ ଅବଗତ ଥିବା କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି। ଏହା ଉପରେ ରୋକ୍ ଲଗାଇବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।
from Odisha Reporter http://bit.ly/2CBaj8h
No comments:
Post a Comment