
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁଟି ଝଡ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ବଢ଼ୁଥିବା ପ୍ରଦୂଷଣ, ଅନିୟମିତ ଖାଦ୍ୟପେୟ ଯୋଗୁ ଆମ କେଶକୁ ଉଚିତ୍ ପୋଷଣ ମିଳିପାରେନାହିଁ। ଫଳରେ କେଶର ମୂଳ ଦୁର୍ବଳ ହୋଇଯାଏ ଓ ଚୁଟି ଝଡ଼ି ଚନ୍ଦା କରିଦିଏ।
ଡାକ୍ତରଙ୍କ ଅନୁଯାୟୀ ଚୁଟି ଝଡ଼ିବା ସମସ୍ୟା ସାଧାରଣତଃ ୪୦ ବର୍ଷ ବୟସ ପରଠୁ ଦେଖାଦେବା ଉଚିତ୍। ହେଲେ ଆଜିକାଲି ଏହା ୨୦-୨୫ ବର୍ଷ ପିଲାଙ୍କଠାରେ ମଧ୍ୟ ଦେଖାଦେଲାଣି। ମହିଳା ହେଉ କି ପୁରୁଷ ସମସ୍ତେ ସୁସ୍ଥ କେଶ ଚାହାଁନ୍ତି। ମହିଳାମାନଙ୍କର ଲମ୍ବା ଓ ଘନ କେଶ ହୋଇଥିବାରୁ ଏହା ଝଢ଼ିଲେ ମଧ୍ୟ ଏତେ ଜଣାପଡ଼େ ନାହିଁ। କିନ୍ତୁ ପୁରୁଷଙ୍କର କମ୍ ଚୁଟି ଥିବାରୁ ଏହା ଝଡ଼ିଲେ ସେମାନେ ଚନ୍ଦା ଦେଖାଯାଆନ୍ତି। ତେଣୁ ଯଦି ଆପଣ ଚନ୍ଦାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ଚୁଟିର ବିଶେଷ ଧ୍ୟାନ ରଖିବାକୁ ହେବ।
ଏମିତି ନିଅନ୍ତୁ ଯତ୍ନ
– ସପ୍ତାହରେ ମାତ୍ର ୨ ଥର ଶାମ୍ପୁ କରନ୍ତୁ। ଶାମ୍ପୁ କଲାବେଳେ ଅଧିକ ଝୋର୍ରେ କେଶକୁ ରଗଡ଼ି ଧୂଅନ୍ତୁ ନାହିଁ। ନଚେତ୍ ଆପଣଙ୍କ କେଶ ଦୂର୍ବଳ ହୋଇଯିବ। ତେଣୁ ଶାମ୍ପୁ କଲାବେଳେ ସବୁବେଳେ ଚୁଟିକୁ ଧୀରେ ଧୀରେ ଘଷି ଧୁଅନ୍ତୁ।
– ଆଜକାଲି ପ୍ରାୟ ଅନେକ ପୁରୁଷ ହେୟାର ଡ୍ରାୟର ବ୍ୟବହାର କରୁଛନ୍ତି। ହେଲେ ହେଆର ଡେରାୟର ଚୁଟି ପାଇଁ କ୍ଷତିକାରକ। କାରଣ ଏହାର ଗରମ ପବନ ଚୁଟି ମୂଳକୁ ଦୁର୍ବଳ କରିଦିଏ। ଏହା ବ୍ୟତୀତ ଚୁଟି ଅତ୍ୟଧିକ ଡ୍ରାଏ ହୋଇ ଝଡ଼ିଯାଏ।
– ବଜାରରେ ମିଳୁଥିବା କେମିକାଲ ଯୁକ୍ତ ହେୟାର ପ୍ରଡକ୍ଟଗୁଡ଼ିକୁ କମ୍ ବ୍ୟବହାର କରନ୍ତୁ। । ଯେପରିକି ହେୟାର ଜେଲ୍, ହେୟାର ସ୍ପ୍ରେ, ହେୟାର ଗ୍ଲିଟର ଇତ୍ୟାଦି। ଏହା ଆପଣଙ୍କ ଚୁଟିକୁ ଖରାପ କରିଦେବ।
– ଅଣ୍ଡା ଯୁକ୍ତ କଣ୍ଡିଶନର ଲଗାନ୍ତୁ। ଅଣ୍ଡାରେ ପ୍ରୋଟିନ୍ ଓ ମିନେରାଲ୍ ଭରପୁର ପରିମାଣରେ ଥାଏ। ଏହା ଆପଣଙ୍କ ଚୁଟିକୁ ପୋଷକ ତତ୍ତ୍ୱ ଦେଇଥାଏ।
– ନିୟମିତ ଭାବେ ଚୁଟିକୁ ଟ୍ରିମ କରନ୍ତୁ। ଏହା ଦ୍ୱାରା ଚୁଟି ସାଇଜ ଓ ସଫାରହିବା ସହ ଭଲ ବଢ଼ିବ।
– କ୍ଲୋରିନ୍ ଆପଣଙ୍କ ଚୁଟିର କ୍ଷତି କରିପାରେ। ତେଣୁ ନିଜ ଚୁଟିକୁ ରକ୍ଷା କରିବା ଲାଗି ସଫା ପାଣିରେ ଧୁଅନ୍ତୁ। ଏଥିସହ ସ୍ୱିମିଂ ପୁଲ୍କୁ ଯିବାପୂର୍ବରୁ ସ୍ୱିମିଂ କ୍ୟାପ ମନେକରି ପିନ୍ଧିନିଅନ୍ତୁ କିମ୍ବା ହାଲକା କଣ୍ଡିସନର ଲଗାଇ ଯାଆନ୍ତୁ।
– ପୁଷ୍ଠିକର ଖାଦ୍ୟ ଖାଆନ୍ତୁ, ପ୍ରଚୁର ପାଣି ପିଅନ୍ତୁ ଓ ନିଦକୁ ସବୁବେଳେ ପୂରା କରନ୍ତୁ। ଏଥିସହ ନିୟମିତ ବ୍ୟାୟାମ କରନ୍ତୁ। ସବୁବେଳେ ସକରାତ୍ମକ ଚିନ୍ତା କରନ୍ତୁ। ଏହା କେବଳ ଆପଣଙ୍କ ଚୁଟି ପାଇଁ ଭଲ ନୁହେଁ ଏହା ଆପଣଙ୍କ ଜୀବନ ଶୈଳୀକୁ ମଧ୍ୟ ସକାରାତ୍ମକ ଢଙ୍ଗରେ ପରିବର୍ତ୍ତନ କରିଦେବ।
from Odisha Reporter https://ift.tt/2SDe56n
No comments:
Post a Comment