୧୯ରେ କ’ଣ ହେବ ମୋଦି ଏବଂ ରାହୁଲଙ୍କ ଭାଗ୍ୟ, କ’ଣ କହୁଛି ନବୀନଙ୍କ ଭାଗ୍ୟ ରେଖା, ଆସନ୍ତୁ ଜାଣିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

୧୯ରେ କ’ଣ ହେବ ମୋଦି ଏବଂ ରାହୁଲଙ୍କ ଭାଗ୍ୟ, କ’ଣ କହୁଛି ନବୀନଙ୍କ ଭାଗ୍ୟ ରେଖା, ଆସନ୍ତୁ ଜାଣିବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବିଦାୟ ନେଉଛି ୨୦୧୮। ସଭିଏଁ ଏବେ ନବବର୍ଷକୁ ସ୍ୱାଗତ କରିବା ଅପେକ୍ଷାରେ ଅଛନ୍ତି। ତେବେ ରାଜନୀତି କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆଣିବ ନୂଆବର୍ଷ ? କ’ଣ କହୁଛନ୍ତି ଜ୍ୟୋତିର୍ବିଦ୍? ମୋଦି ନା ରାହୁଲ? କାହାର ଭାରି ରହିବ ରାଶି ନକ୍ଷତ୍ର? ଆଉ କ’ଣ କହୁଛି ନବୀନଙ୍କ ଭାଗ୍ୟ ରେଖା ଆସନ୍ତୁ ଜାଣିବା।

ନବୀନଙ୍କ ପାଇଁ କାଠିକର ପାଠ ହେବ ୨୦୧୯।  ଆଉ ସେପଟେ ଦିଲ୍ଲୀରେ ଟଳମଳ ହେବ ମୋଦିଙ୍କ ଗାଦି। ଜ୍ୟୋତିର୍ବିଦଙ୍କ ଅନୁସାରେ, ରାଜ୍ୟ ଓ କେନ୍ଦ୍ର ମୁଖିଆଙ୍କ ଭାଗ୍ୟରେଖାକୁ ନେଇ କିଛି ଏଭଳି ସଂକେତ ଦେଉଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କଲେ ମଧ୍ୟ ବିପୁଳ ବହୁମତ ପାଇବା ମୁସ୍କିଲ । ଝୁଲା ସରକାର ବି ହୋଇପାରେ। ପୁଣି ସରକାରକୁ ଆସିବା ପାଇଁ ବିଜେପିକୁ ଅନ୍ୟ କ୍ଷୁଦ୍ର ଦଳଙ୍କ ସହ ଗଠବନ୍ଧନ କରିବାକୁ ପଡ଼ିପାରେ। ଫେବୃୟାରୀ ୨୬ରୁ ଏପ୍ରିଲ୍ ୧ ଯାଏଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଗ୍ୟରେ ସର୍ବାର୍ଥ ସିଦ୍ଧି ଯୋଗ ରହିଛି। ତେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କଲେ ମଧ୍ୟ ଗାଦି ହାସଲ କରିପାରିବେ ନାହିଁ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍ ଶ୍ରୀଧର ଆଚାର୍ଯ୍ୟ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବି ସଂଘର୍ଷମୟ ହେବ ନୂଆ ବର୍ଷ । ବର୍ଷ ଆରମ୍ଭରୁ ଶୁଭଫଳ ଥିଲେ ବି ମାର୍ଚ୍ଚ ୯ ତାରିଖରୁ ଗ୍ରହ ଚଳନ ବଦଳିବା ସହ ସମସ୍ୟା ବଢ଼ିବ। ସେହି ସମୟକୁ ନିର୍ବାଚନ ବି ରହିଛି। ବିରୋଧୀ ଦଳର ଭୂମିକା ପୂର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ରହିବ। ସେହିପରି ନବୀନଙ୍କୁ ସରକାରକୁ ଆସିବା ପାଇଁ ମଧ୍ୟ ଅନ୍ୟ କ୍ଷୁଦ୍ର ଦଳଙ୍କ ସହ ହାତ ମିଶେଇବାକୁ ପଡ଼ିପାରେ ବୋଲି ଜ୍ୟୋତିର୍ବିଦ୍ ମତ ଦେଇଛନ୍ତି ।

ସେହିପରି ଏପ୍ରିଲ୍ ମାସ ବେଳକୁ ନବୀନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ବୋଲି କହିଛନ୍ତି ଜ୍ୟୋର୍ତିବିତ୍। ଏ ତ’ ଥିଲା ରାଜନୀତି କଥା। ଅନ୍ୟ କ୍ଷେତ୍ରକୁ ଦେଖିଲେ ୨୦୧୯ ରାଜ୍ୟର କୃଷକଙ୍କ ପାଇଁ ଶୁଭଫଳ ଆଣିବା ସହ ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଶୁଭପ୍ରଦ ହେବ। ତେବେ ରାଜ୍ୟକୁ ଅଧିକ ଦୈବୀ ଦୁର୍ବିପାକ ଯୋଗ ରହିଛି। ସେହିପରି ନୂଆ ବର୍ଷରେ ଦେଶକୁ କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି ଜ୍ୟୋତିର୍ବିଦ୍ ।



from Odisha Reporter http://bit.ly/2GO2VdY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages