ବିଜ୍ଞାନ ଆମ ସାଂସ୍କୃତିକ ଜୀବନର ଅଂଶ ହେଉ: ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ବିଜ୍ଞାନ ଆମ ସାଂସ୍କୃତିକ ଜୀବନର ଅଂଶ ହେଉ: ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଗତ ଶତାବ୍ଦୀରେ ଯେତିକି ପରିବର୍ତ୍ତନ ହୋଇଥିଲା, ଚଳିତ ଶତାବ୍ଦୀରେ ବୈଜ୍ଞାନିକ ପ୍ରଗତି ତା’ର ସହସ୍ର ଗୁଣ ହେବ। ଏହି ପରିବର୍ତ୍ତନକୁ ଅଙ୍ଗୀଭୂତ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ନୂତନତା ହେଉଛି ଆଜିର ବିଶେଷତା। ନୂତନ ପରିବର୍ତ୍ତନକୁ ସ୍ୱାଗତ କରିବା ସହ ଏହା ଆମ ସାଂସ୍କୃତିକ ଜୀବନର ଅଂଶ ହେବା ଆବଶ୍ୟକ। ପରିବର୍ତ୍ତନକୁ ଗ୍ରହଣ କରି ପ୍ରଗତି ସହ ଆଗକୁ ଯିବା ପାଇଁ ବ୍ୟକ୍ତିଗତ ପ୍ରସ୍ତୁତି ଏକାନ୍ତ ଆବଶ୍ୟକ ବୋଲି ପ୍ରଫେସର ଲାଲ କହିଛନ୍ତି।

ସାମ୍ପ୍ରତିକ ପୃଥିବୀ ଆଦର୍ଶଗତ ବିଭାଜନ ଅପେକ୍ଷା ବୈଷୟିକ ଜ୍ଞାନ ଆଧାରରେ ଅଧିକ ବିଭାଜିତ। ପ୍ରଯୁକ୍ତିବିଦ୍ୟା, ସାମାଜିକ ଓ ସାଂସ୍କୃତିକ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହାକୁ ସ୍ୱୀକାର କରିବାକୁ ହେବ। କିନ୍ତୁ ବୈଷୟିକ ପ୍ରଗତି ଯଥେଷ୍ଟ ନୁହେଁ। ଏହା ସହିତ ଆଧ୍ୟାତ୍ମିକ ପ୍ରଗତି ସମନ୍ଵିତ ହେଲେ ସଭ୍ୟତାର ଗତି ଅର୍ଥପୂର୍ଣ୍ଣ ହେବ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଛନ୍ତି।

ବ୍ୟୟବହୁଳ ଗବେଷଣା ଦ୍ୱାରା “ଗଡ ପାର୍ଟିକଲ୍” ଖୋଜୁଥିବା ବୈଜ୍ଞାନିକମାନେ ବିଫଳ ହେବା ସ୍ଥଳେ ମନୁଷ୍ୟ ନିଜ ମଧ୍ୟରେ ପରବର୍ତ୍ତନର ଆବଶ୍ୟକତାକୁ ବୁଝିବା ଆବଶ୍ୟକ ବୋଲି ସେ କହିଥିଲେ ।
ସମସ୍ତ କାରଣର କାରଣକୁ ଜାଣିବାକୁ ହେବ। ଏହାହିଁ ସମସ୍ତ ଅନ୍ୱେଷଣର ଧ୍ୟେୟ ହେବା ଉଚିତ୍। ବୈଜ୍ଞାନିକ ପ୍ରଗତି ମଣିଷକୁ ଶକ୍ତିବାନ କରିପାରେ, କିନ୍ତୁ ଏହା ଶେଷ କଥା ନୁହେଁ। ଅର୍ଜୁନଙ୍କ ପାଖରେ ସବୁ ଅସ୍ତ୍ରଶସ୍ତ୍ର ଓ ବିଦ୍ୟା ଥିଲେ ମଧ୍ୟ, ସେ ଠିକ୍ ସମୟରେ ନିଜକୁ ଅସହାୟ ଅନୁଭବ କରିଥିଲେ। ବାହ୍ୟ ପ୍ରଗତି ସହ ଅନ୍ତଃ ପ୍ରଗତି ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ବିଜ୍ଞାନ କଂଗ୍ରେସରେ ଭାରତର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତଥା ୧୫ଟି ଅନ୍ୟ ଦେଶର ୭୦୦ରୁ ଅଧିକ ଶିଶୁ ଯୋଗ ଦେଇଥିଲେ।

ଶିଶୁ ବିଜ୍ଞାନ କଂଗ୍ରେସର ଜାତୀୟ ସଂଯୋଜକ ଇଂ. ସୁଜିତ ବାନାର୍ଜୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତପନ୍ ଚାନ୍ଦ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ବିଜ୍ଞାନ ଓ ପ୍ରଯୁକ୍ତି ସଚିବ ଭାସ୍କରଜ୍ୟୋତି ଶର୍ମା, ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ, ବିଜ୍ଞାନ କଂଗ୍ରେସର ଆବାହକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ସମ୍ମିଳନୀରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଏହିଭଳି ଆୟୋଜନର ବିଶେଷ ଗୁରୁତ୍ୱ ଥିବା ଅତିଥିମାନେ ମନ୍ତବ୍ୟ ଦେବା ସହ ଏହି ପ୍ରକ୍ରିୟାକୁ ଆହୁରି ଗତିଶୀଳ ଓ କ୍ରିୟାଶୀଳ କରିବାକୁ କହିଥିଲେ। ଏହି ଅବସରରେ ରାଜ୍ୟପାଳ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆୟୋଜନ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।



from Odisha Reporter http://bit.ly/2Rn1yXE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages