
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ କବ୍ଜାରେ ଗୋଲଡେନ୍ ବାବା। ୧୨ କୋଟି ଟଙ୍କାର ଚେକ୍ ଜାଲିଆତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଅଭିଯୁକ୍ତ ହେଲେ ଭୁବନେଶ୍ୱର ନୀଳାଦ୍ରି ବିହାରର ଜ୍ୟୋତି ରଂଜନ ବେଉରା।
ସୁନା ପିନ୍ଧିବାର ତାଙ୍କର ବହୁତ ସଉକ ଥିବାରୁ ତାଙ୍କୁ ସମସ୍ତେ ଗୋଲଡେନ ବାବା ବୋଲି କୁହନ୍ତି।
ଅଭିଯୋଗ ଅନୁସାରେ ଗୋଲଡେନ ବାବା କେନ୍ଦୁଝର ବଡ଼ବିଲ୍ରେ ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟି ଟଙ୍କାର ଫାଇନାନ୍ସ କରାଇ ଦେବାକୁ କହି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଚେକ ପ୍ରଦାନ କରିଥିଲେ। ବଦଳରେ ସଂପୃକ୍ତ ବ୍ୟବସାୟୀ ଗୋଲଡେନ ବାବାଙ୍କୁ ୨୦୩୦ ପର୍ଯ୍ୟନ୍ତ ଉଠାଣ କରି ହେଉଥିବା ୧୧ଟି ଚେକ ପ୍ରଦାନ କରିଥିଲେ। ସେହି ଚେକ୍ ମଧ୍ୟରୁ ଗୋଟିଏ ଚେକ ୨୦୨୮ ଏପ୍ରିଲ ପହିଲାର ଥିଲା। କିନ୍ତୁ ଗୋଲଡେନ୍ ବାବା ଏହି ଚେକ୍ର ତାରିଖ ବଦଳାଇ ୧ ସେପଟେମ୍ବର ୨୦୧୮ କରି ଜାଲିଆତି କରିଥିଲେ। ଏହା ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି।
from Odisha Reporter http://bit.ly/2Ro3peH
No comments:
Post a Comment