ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା କଂଗ୍ରେସ ଆଶାବାଦୀ: ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା କଂଗ୍ରେସ ଆଶାବାଦୀ: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ କଂଗ୍ରେସ କ୍ଷମତାସୀନ ହେବାକୁ ଯାଉଥିବାରୁ ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ହେବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ଦୃଢ଼ ଆଶା ପୋଷଣ କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାକୁ ମରୁଡ଼ି ଓ ସମସ୍ୟାଘେରକୁ ବିଜେପି ଓ ବିଜେଡି ଠେଲି ଦେଇଛନ୍ତି। ମହାନଦୀ ଜଳ ବିବାଦ ପାଇଁ ପ୍ରଥମେ ବିଜେଡି ଓ ପରେ ବିଜେପି ଦାୟୀ। ତେବେ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବାରୁ ମହାନଦୀ ବିବାଦର ସମାଧାନ ପାଇଁ ବାଟ ବାହାରିବ ବୋଲି ରାଜ୍ୟ କଂଗ୍ରେସ ଅଶାବାଦୀ ଅଛି। ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିରଞ୍ଜନ କହିଛନ୍ତି ଯେ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ହେବାପରେ ଏ ଦିଗରେ ପ୍ରୟାସ କରାଯିବ। ବିଜେଡି ଓ ବିଜେପି ଯେଉଁ ଢଙ୍ଗରେ ମହାନଦୀକୁ ନେଇ ରାଜନୀତି କରୁଥିଲେ ତାହା ନକରି କଂଗ୍ରେସ ଏହାର ସମାଧାନ ପାଇଁ ବାଟ ଖୋଜିବ।ମହାନଦୀ ଜଳ ବିବାଦର ସମାଧାନ ପାଇଁ କଂଗ୍ରେସ ସର୍ବଦା ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଆସିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଛତିଶଗଡ଼ରେ ୧୫ବର୍ଷର ବିଜେପି ସରକାରକୁ ପରାଜିତ କରି କଂଗ୍ରେସ ରାଜ୍ୟରେ କ୍ଷମତାସୀନ ହେବାକୁ ଯାଉଛି। ସମଗ୍ର ଦେଶରେ କଂଗ୍ରେସର ନିର୍ବାଚନୀ ସଫଳତାକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇପଡ଼ିଛି।



from Odisha Reporter https://ift.tt/2QGKFXF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages