
ରାୟପୁର: ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିବାକୁ ଏକ ପ୍ରକାରର ସ୍ପଷ୍ଟ ହୋଇଛି। ତେଣୁ ୨୦୦୩ରୁ ଛତିଶଗଡ଼ର ଶାସନ ମଙ୍ଗ ଧରିଥିବା ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରମଣ ସିଂହ ଚୂଡ଼ାନ୍ତ ଫଳାଫଳ ଘୋଷଣା ଆଗରୁ ନିଜର ପରାଜୟ ସ୍ୱୀକାର କରିଛନ୍ତି। ସେ ସନ୍ଧ୍ୟା ୫.୪୫ରେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ସେ ଜନମତକୁ ସ୍ୱୀକାର କରିବା ସହ ପରାଜୟ ପାଇଁ ନିଜେ ଦାୟୀ ବୋଲି କହିଛନ୍ତି।
ରମଣ ସିଂହ ରାଜନନ୍ଦଗାଓଁରୁ ନିର୍ବାଚନ ଲଢ଼ୁଥିଲେ। ଏଠାରେ ସେ କଂଗ୍ରେସ ପ୍ରାର୍ଥୀ କରୁଣା ଶୁକ୍ଳାଙ୍କୁ ପରାସ୍ତ କରିଛନ୍ତି। ରମଣ ସିଂହ କ୍ରମାଗତ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ସଫଳ ହୋଇନାହିଁ।
୨୦୧୩ରେ ରମଣ ସିଂହଙ୍କ ଦଳ ବିଜେପି ୪୯ଟି, କଂଗ୍ରେସ ୩୯, ଅନ୍ୟାନ୍ୟ ୧, ବିଏସ୍ପି ୧ଟି ପାଇଥିଲେ। ଛତିଶଗଡ଼ର ବିଧାନସଭା ଆସନ ସଂଖ୍ୟା ୯୦ ହୋଇଥିବା ବେଳେ ମ୍ୟାଜିକ ନମ୍ବର ହେଉଛି ୪୬।
ଛତିଶଗଡ଼(୨୦୧୮)
୯୦ ଆସନ, ମ୍ୟାଜିକ୍ ନମ୍ବର ୪୬
ବିଜେପି- ୧ (ଜିତିଛି) ୧୭(ଆଗୁଆ)
କଂଗ୍ରେସ-୦ (ଜିତିଛି), ୬୩ (ଆଗୁଆ)
ଅନ୍ୟାନ୍ୟ- ୦(ଜିତିଛି), ୯ (ଆଗୁଆ)
from Odisha Reporter https://ift.tt/2PtE2TS
No comments:
Post a Comment