ରିଲିଜ୍‌ ହେଲା ‘ମୋ ଓଡ଼ିଶା ତୋ ଓଡ଼ିଶା’ ମ୍ୟୁଜିକ୍ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ରିଲିଜ୍‌ ହେଲା ‘ମୋ ଓଡ଼ିଶା ତୋ ଓଡ଼ିଶା’ ମ୍ୟୁଜିକ୍ ଭିଡିଓ

moodisha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପ୍ରିଲ୍ୟୁଡ୍‌’ ପକ୍ଷରୁ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଯାଇଛି। ଏହାର ନାଁ ରହିଛି ‘ମୋ ଓଡ଼ିଶା ତୋ ଓଡ଼ିଶା’। ଏଥିରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରାଯାଇଛି।

ଭିଡିଓଟି ‘ମୋଟିଭି’ ନାମକ ଏକ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ରିଲିଜ୍ ହୋଇଛି। ଗୀତଟିକୁ ଓଡ଼ିଶାବାସୀଙ୍କ ସହିତ ରାଜ୍ୟର କଳା, ସଂସ୍କୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

ଜଣେ ବିଦେଶୀ ଯୁବତୀ ଓଡ଼ିଶା ପରିଦର୍ଶନରେ ଆସି କିପରି ଏଠାର ସଂସ୍କୃତି ଓ ପରମ୍ପରାକୁ ଆପଣାଇ ନେଇଛନ୍ତି, ତାହା ଏ ମ୍ୟୁଜିକ୍ ଭିଡିଓରେ ପ୍ରଦର୍ଶିତ କରାଯାଇଛି।

ଏ ମ୍ୟୁଜିକ୍ ଭିଡିଓର ପରିକଳ୍ପନା କରିଛନ୍ତି ସତ୍ୟବ୍ରତ ସାନୁ ରଥ। ଏଥିରେ ଗୀତ ଗାଇଛନ୍ତି ଋତୁରାଜ ମହାନ୍ତି। ଚିନ୍ମୟ ଦାସ ଓ ସମିତ ପଟ୍ଟନାୟକ ଗୀତ ଲେଖିଛନ୍ତି। ଚିନ୍ମୟ ଦାସ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ନବାଗତ କଳାକାର ଫୁବୁକି ଓ ସିଲ୍‌ଭା ଶିଭା ଅଭିନୟ କରିଛନ୍ତି।

riturajଭିଡିଓରେ ପଦ୍ମ ବିଭୂଷଣ ଗୁରୁ ରଘୁନାଥ ମହାପାତ୍ର, ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଓଡ଼ିଶୀ ନ୍ୟତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ଦେଖିବାକୁ ମିଳିବ।



from Odisha Reporter https://ift.tt/2SG1WNL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages