
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ନାବାଳିକାଙ୍କ ସହ ହୋଇଥିବା ଅସଦାଚରଣ ମାମଲାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି, “ରାଜ୍ୟରେ ରକ୍ଷକ ଆଜି ଭକ୍ଷକ ହୋଇଛନ୍ତି। ପ୍ରଜାତନ୍ତ୍ରରେ ଏପରି କଥା ବହୁତ ନିନ୍ଦନୀୟ। ଓଡିଶାରେ ଶାସନ ଦାୟିତ୍ୱ ଆଜି କଳାପାହାଡ଼ମାନଙ୍କ ହାତକୁ ଚାଲିଯାଇଛି। ଲୋକେ ଏଥର ଏମାନଙ୍କୁ ବାହାର କରିବେ।”
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏକ ସ୍ୱେଚ୍ଛାଚାରୀ, ସମ୍ବେଦନହୀନ ସରକାର ଚାଲିଛି। ଏହାକୁ ବଦଳାଇବାକୁ ପଡ଼ିବ। ଓଡ଼ିଶାରେ ଆଇନଶୃଙ୍ଖଳା ଏବେ ସ୍ୱେଚ୍ଛାଚାରୀମାନଙ୍କ ହାତକୁ ଚାଲିଯାଇଛି। ବିଶେଷ କରି ପିପିଲିର ଦୁଷ୍କର୍ମ ମାମଲାରେ ୨ ଦିନ ତଳେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଗଣମାଧ୍ୟମରେ ଯେପରି ବକ୍ତବ୍ୟ ଦେଲେ, ତାହା ନିଲର୍ଜତା ଓ ଅହଂକାରର ମନ୍ତବ୍ୟ । ଶ୍ରୀ ପ୍ରଧାନ କହିଛନ୍ତି, ଜଣେ ଦଳିତ ଝିଅକୁ ନ୍ୟାୟ ମିଳିଲା ନାହିଁ। ଦୁଷ୍କର୍ମ କରିଥିବା ଲୋକ ଶାସକ ଦଳର ଓ ମନ୍ତ୍ରୀଙ୍କ ପାଖଲୋକ। ମନ୍ତ୍ରୀଙ୍କ ଘରୁ ଅପରାଧୀ ମିଳିଲେ। ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ନିଲମ୍ବିତ ହେଲେ। କ୍ରାଇମବ୍ରାଞ୍ଚ ଯୋଜନା କରି ଶାସକ ଦଳ ଲୋକଙ୍କୁ ଖସାଇ ଦେଲା ବୋଲି ସେ ଅଭିଯୋଗ କରିଛନ୍ତି ।
from Odisha Reporter http://bit.ly/2QVhCjP
No comments:
Post a Comment