ଜିଲ୍ଲା ଯୋଜନା କମିଟି ବୈଠକରେ ବିଜେଡି ଓ କଂଗ୍ରେସ ନେତା ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଜିଲ୍ଲା ଯୋଜନା କମିଟି ବୈଠକରେ ବିଜେଡି ଓ କଂଗ୍ରେସ ନେତା ମୁହାଁମୁହିଁ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଜିଲ୍ଲା ଯୋଜନା କମିଟି ବୈଠକରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଆଜି କେନ୍ଦ୍ରାପଡ଼ା ସର୍କିଟ ହାଉସରେ ଯୋଜନା କମିଟିର ବୈଠକ ଚାଲିଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ। ଜିଲ୍ଲାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ଚାଲିଥିବା ବେଳେ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହା କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା।

ବୈଠକରେ ଧ୍ରୁବ ସାହୁ ଦେବେନ୍ଦ୍ର ‘ଗୁଣ୍ଡାଗିରି’ କରୁଥିବା କହିଥିଲେ। ଏପରି ଆକ୍ଷେପକୁ ନେଇ ଗର୍ଜି ଉଠିଥିଲେ ବିଧାୟକ ଦେବେନ୍ଦ୍ର ଶର୍ମା। ପାଗଳ ଲୋକ, ଆଇନକାନୁନ ଜାଣନ୍ତିନି ବୋଲି କହିଥିଲେ ଦେବେନ୍ଦ୍ର। ନିର୍ବାଚନରେ ହାରି ସୁଦ୍ଧା ଧ୍ରୁବ ନିଜକୁ ବିଧାୟକ ଭାବୁଛନ୍ତି ବୋଲି ସେ କହିଥିଲେ।

ବୈଠକ ପରେ ଦେବେନ୍ଦ୍ର ଶର୍ମା କହିଛନ୍ତି-“ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ବେଆଇନ୍‌ ଭାବେ ଗୋପବନ୍ଧୁ ଗ୍ରାମୀଣ ଯୋଜନା କାର୍ଯ୍ୟକାରୀ ହେଉଛି। ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବ୍ୟାପକ ହରିଲୁଟ୍‌ ହୋଇଥିବା ପ୍ରମାଣିତ ମଧ୍ୟ ହେଲା। ଜିଲ୍ଲାରେ ବେଆଇନ୍‌ କାମ ହେଉଥିବା ଦଳମତ ନିର୍ବିଶେଷରେ ସମସ୍ତେ ଏକମତ ହୋଇଛନ୍ତି।”

ଅପରପକ୍ଷେ ଧ୍ରୁବ ସାହୁ କହିଛନ୍ତି,“ଆଜି ବସିଥିବା ଜିଲ୍ଲା ଯୋଜନା କମିଟି ବୈଠକରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ହେବାକୁ ଥିବା କାମ ଗୁଡ଼ିକ ମଞ୍ଜୁରୀ ହେବା ଥିଲା। ମୁଁ ଜଣେ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲା ଯୋଜନା ବୋର୍ଡ଼କୁ ପ୍ରତିନିଧିତ୍ୱ କରୁଥିବା ସଭ୍ୟ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ସକୁ ଜିଲ୍ଲା ଯୋଜନା କମିଟିରେ ସଭ୍ୟମାନଙ୍କୁ ଅବଗତ କରାଇବା ମୋର ଦାୟିତ୍ୱ। ତେବେ ବୈଠକରେ ଗାଇଡ୍‌ଲାଇନ୍‌କୁ ଭିନ୍ନ ଢଙ୍ଗରେ ତର୍ଜମା କରାଯାଉଥିବା ବେଳେ ମୁଁ ତାହାକୁ ଠିକଣା ଭାବେ ଉପସ୍ଥାପନ କରୁଥିଲି। ଯାହା ଠିକ୍‌ ସେ ସମ୍ପର୍କରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କୁ ଅବଗତ କରାଉଥିଲି। ସେ ଗୁଡ଼ିକୁ ଅଧ୍ୟକ୍ଷ ଗ୍ରହଣ କରିଛନ୍ତି ଏବଂ ତାହା ନିଶ୍ଚିତ କାର୍ଯ୍ୟକାରୀ ହେବ।”

କିନ୍ତୁ ବିଧାୟକଙ୍କ ସହ ତାଙ୍କର ପାଟିତୁଣ୍ଡ ନେଇ ସେ ମୁହଁ ଖୋଲିନଥିଲେ।

ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମନ୍ତ୍ରୀ ନୃସିଂହ ସାହୁ, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭ୍ୟମାନେ ଉପସ୍ଥିତ ଥିଲେ।



from Odisha Reporter http://bit.ly/2SrvAqm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages