ସଂସଦ ଭବନ ନୁହେଁ ତାଲକଟୋରା ଇନଡୋର ଷ୍ଟାଡିୟମରେ ହେବ ବିଜେଡିର ଏମ୍‌ଏସ୍‌ପି ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ସଂସଦ ଭବନ ନୁହେଁ ତାଲକଟୋରା ଇନଡୋର ଷ୍ଟାଡିୟମରେ ହେବ ବିଜେଡିର ଏମ୍‌ଏସ୍‌ପି ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ଦାବିରେ ବିଜେଡି ଆସନ୍ତା ୮ ତାରିଖରେ ସଂସଦ ଭବନ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଥିଲା। କିନ୍ତୁ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ସଂସଦ ଭବନ ସମ୍ମୁଖ କିମ୍ବା ଦିଲ୍ଲୀର ପ୍ରସିଦ୍ଧ ବିକ୍ଷୋଭସ୍ଥଳ ଯନ୍ତରମନ୍ତର ନୁହେଁ. ବରଂ ତାଲକଟୋରା ଇନଡୋର ଷ୍ଟାଡିୟମରେ ଏମଏସପି ପ୍ରସଙ୍ଗରେ କେନ୍ଦ୍ର ସରକାର ବିରୋଧରେ ଗର୍ଜନ କରିବ।

ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ସାଂସଦ ତଥା ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଦିଲ୍ଲୀ ବାସଭବନରେ ଆୟୋଜିତ ଦ୍ୱିତୀୟ ପ୍ରସ୍ତୁତି ବୈଠକରେ ଏମଏସପି ବିକ୍ଷୋଭ ପାଇଁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଷ୍ଟାଡିୟମରେ ସର୍ବାଧିକ ୩ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା ଥିବାବେଳେ ଷ୍ଟାଡିୟମ ବାହାରେ ବଡ଼ ବଡ଼ ଏଲଇଡି ପ୍ରୋଜେକ୍ଟର ଲଗାଇ ବାକି ୧ରୁ ୨ହଜାର ଲୋକଙ୍କ ବସିବା ନିମନ୍ତେ ଦଳ ପକ୍ଷରୁ ବ୍ୟବସ୍ଥା ହେବ।

ତେବେ ଏହି ଏମଏସପି ବିକ୍ଷୋଭରେ ସାମିଲ ହେବାକୁ ଓଡ଼ିଶାରୁ ଅତିବେଶିରେ ୧ରୁ ୨ହଜାର ଲୋକଙ୍କୁ ନେବାର ଯୋଜନା ହୋଇଛି। ୭ ତାରିଖରେ ଦଳର ଆଗଧାଡ଼ିର ନେତା ଓ କର୍ମୀମାନେ ବିମାନରେ ଏବଂ ବାକି କର୍ମୀମାନେ ଟ୍ରେନରେ ୬ତାରିଖରେ ଯାତ୍ରା କରିବେ ବୋଲି ଜଣାପଡ଼ିଛି। ୮ତାରିଖରେ ଷ୍ଟାଡିୟମ ଭିତରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏମଏସପି ପ୍ରସଙ୍ଗରେ ସଭା କରିବା ପରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେବ। ତେବେ ସ୍ମାରକପତ୍ର ଦେବା ପାଇଁ ରାଷ୍ଟ୍ରପତି ଭବନକୁ ସମୟ ମଗାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ମିଳିନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଏମଏସପି ପ୍ରସଙ୍ଗରେ ବିଜେଡି ନିଜର ବିକ୍ଷୋଭକୁ ଦିଲ୍ଲୀ ଦରବାରରେ ବେଶ୍ ପ୍ରଭାବଶାଳୀ ଢଙ୍ଗରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଛତିଶଗଡ଼ ସରକାରଙ୍କ ସମେତ ଦେଶର ଅନ୍ୟ ୭ଟି ରାଜ୍ୟ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏମଏସପି ଉପରେ ଅଧିକ ବୋନସ ଦେଉଥିବାରୁ ଓଡ଼ିଶାର ବିଜେଡି ସରକାର ଏବେ ବ୍ୟାକଫୁଟରେ ରହିଛି।



from Odisha Reporter http://bit.ly/2Aln317

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages