
ନାଗପୁର: ନ୍ୟାୟପାଳିକାରେ ମାମଲାର ଶୁଣାଣି ଚାଲିଥିବା ବେଳେ ଗୋଟିଏ ପକ୍ଷ ଜିତିଥାଏ ଏବଂ ଅନ୍ୟ ପକ୍ଷ ହାରିଥାଏ। କିନ୍ତୁ ହାରିଥିବା ପକ୍ଷଙ୍କ ଓକିଲ କେବେ କୌଣସି ବିଚାରପତିଙ୍କୁ ଏଥିପାଇଁ ଚାପୁଡ଼ା ମାରିବା ଭଳି ଘଟଣା ଆପଣ କେବେ ଶୁଣି ନଥିବେ। ହେଲେ ନାଗପୁର ଜିଲ୍ଲା ଓ ସେସନ୍ସ କୋର୍ଟରେ ଏଭଳି ଘଟିଛି।
ଏଠାରେ କାର୍ଯ୍ୟ କରୁଥିବା ସହକାରୀ ସରକାରୀ ଓକିଲ ଦୀନେଶ ପରାଟେ କୋର୍ଟର ୭ମ ମହଲାରେ ଥିବା ଲିଫ୍ଟ୍ ବାହାରେ ବରିଷ୍ଠ ସିଭିଲ୍ ଜଜ୍ କେଆର୍ ଦେଶପାଣ୍ଡେଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ଘଟଣା ପରେ ପରାଟେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୋର୍ଟରେ ଉପସ୍ଥିତ ଥିବା ପୁଲିସ୍ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ।
ଏହି ଘଟଣାକୁ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚର ଅବକାଶକାଳୀନ ବିଚାରପତି ଜଷ୍ଟିସ୍ ଆର୍କେ ଦେଶପାଣ୍ଡେ ଗୁରୁତ୍ୱର ସହ ନେଇଛନ୍ତି। ଏହା ନ୍ୟାୟପାଳିକାର ସ୍ୱାଧୀନତା ପ୍ରତି ବିପଦ ହୋଇଥିବାରୁ ସେ ଓକିଲ ପରାଟେଙ୍କୁ ନୋଟିସ୍ କରିଛନ୍ତି। ୬ ସପ୍ତାହ ମଧ୍ୟରେ କ’ଣ ପାଇଁ ସେ ଏଭଳି ଘଟଣା ଘଟାଇଲେ. ତା’ର ଜବାବ ଦେବାକୁ ନୋଟିସ୍ରେ କୁହାଯାଇଛି।
from Odisha Reporter http://bit.ly/2VkrzGi
No comments:
Post a Comment