‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ରେ ‘ସ୍ୱେଚ୍ଛାଚାରୀ’ ସୋନିଆ ଭିଲେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ରେ ‘ସ୍ୱେଚ୍ଛାଚାରୀ’ ସୋନିଆ ଭିଲେନ୍‌

ନୂଆଦିଲ୍ଲୀ: ଜାନୁଆରୀ ୧୧ ତାରିଖରେ ରିଲିଜ୍‌ ହୋବାକୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହଙ୍କ ଜୀବନୀ ଆଧାରିତ ଫିଲ୍ମ ‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ରେ ରହିଛି ଜନପଥ ୧୦ର ଅକୁହା କାହାଣୀ। ଆଜି ରିଲିଜ୍‌ ହୋଇଥିବା ଏହି ଫିଲ୍ମର ଟ୍ରେଲରରେ ମନମୋହନଙ୍କ ଭୂମିକାରେ ଆସିଥିବା ଅନୁପମ ଖେର କୋମଳ ସ୍ୱର ଏବଂ ବିନମ୍ର ବ୍ୟବହାର ସହିତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

ବିଜୟ ଗୁଟ୍ଟେ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ଏହା ୨୦୧୪ ମସିହାରେ ସମାନ ନାମରେ ରିଲିଜ୍‌ ହୋଇଥିବା ସଞ୍ଜୟ ବାରୁଙ୍କ ବହି ଉପରେ ପର୍ଯ୍ୟବସିତ। ସେହିଦିନ ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରସଙ୍ଗରେ ନିର୍ମିତ ‘ଉରି’ ଫିଲ୍ମ ମଧ୍ୟ ରିଲିଜ୍‌ ହେବ।

୨୦୦୪ରୁ ୨୦୦୮ ମସିହା ଯାଏ ମନମୋହନ ସିଂହଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବରେ କାର୍ଯ୍ୟରତ ଶ୍ରୀ ବାରୁଙ୍କ ବହିରେ ଥିବା ଘଟଣା ଓ ତଥ୍ୟ ଉପରେ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ସେ କହିବାକୁ ଚାହିଁଛନ୍ତି ବର୍ତ୍ତମାନର ୟୁପିଏ ଅଧ୍ୟକ୍ଷ ତଥା ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମନମୋହନଙ୍କ ଗୁରୁତ୍ୱକୁ ସବୁବେଳେ ନ୍ୟୂନ କରିବାକୁ ଚାହୁଁଥିଲେ।

ବାରୁଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କ୍ୟାବିନେଟ୍ ଉପରେ ମନମୋହନଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇନଥିଲା। ସୋନିଆ ଏବଂ ତାଙ୍କ ସହଯୋଗୀମାନଙ୍କ ହାତରେ ହିଁ ଏସବୁ ଦାୟିତ୍ୱ ଓ କ୍ଷମତା ନ୍ୟସ୍ତ ହୋଇଥିଲୀ। ୟୁପିଏ-୧ର ମନମୋହନ ସିଂହ ୟୁପିଏ-୨ର ମନମୋହନ ସିଂହ ସମାନ ନଥିଲେ। ନେହରୁ-ଗାନ୍ଧି ପରିବାର ବ୍ୟତୀତ ଅନ୍ୟ କେହି ଏତେବର୍ଷ ଧରି କଂଗ୍ରେସ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାରେ ସେ ଥିଲେ ପ୍ରଥମ।

ଫିଲ୍ମର ଟ୍ରେଲରରେ ମନମୋହନ ସିଂହଙ୍କୁ ଭୀଷ୍ମ ଚରିତ୍ର ପରି ଉଚ୍ଚ ଧୀସମ୍ପନ୍ନ କିନ୍ତୁ ଅଭାଗା ଯୋଦ୍ଧା ରୂପରେ ଦେଖାଇବାର ପ୍ରୟାସ କରାଯାଇଛି। ସଞ୍ଜୟ ବାରୁଙ୍କ ଚରିତ୍ରରେ ଥିବା ଅକ୍ଷୟ ଖାନ୍ନାଙ୍କର ଏକ ସଂଳାପ ରହିଛି: “ମହାଭାରତରେ ଦୁଇଟି ପରିବାର, କିନ୍ତୁ ଭାରତରେ ଗୋଟିଏ ପରିବାର ନେହରୁ-ଗାନ୍ଧି ପରିବାର।”

ଏଥିରେ ଅନ୍ୟାନ୍ୟ ଦୃଶ୍ୟ ମଧ୍ୟରେ ରହିଛି କଶ୍ମୀର ପ୍ରସଙ୍ଗରେ ମନମୋହନ ଆଣିଥିବା ଏକ ଚୁକ୍ତି ପ୍ରସ୍ତାବକୁ ସୋନିଆ ନାକଚ କରିଦେବା ଭଳି ଘଟଣା। ସୋନିଆ କହିଥିଲେ ଯଦି ଆପଣ କଶ୍ମୀର ପ୍ରସଙ୍ଗର ସମାଧାନ କରିଦେବେ, ତା’ହେଲେ ରାହୁଲ ପ୍ରଧାନମନ୍ତ୍ରୀ ହେଲେ କ’ଣ କରିବେ ? ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜନପ୍ରତିନିଧିଙ୍କ ସଭ୍ୟ ପଦ ରଦ୍ଦ ହେବାନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ଲାଗୁ ନହେବା ନେଇ ଅର୍ଡିନାନ୍ସ ଲାଗୁ କରିବାକୁ ତତ୍କାଳୀନ କଂଗ୍ରେସ ସରକାର ପଦକ୍ଷେପ ନେବାକୁ ଚାହୁଁଥିଲା ବେଳେ ରାହୁଲ ଏହାକୁ ଖୋଲାଖୋଲି ବିରୋଧ କରିଥିଲେ ଏବଂ କ୍ରୋଧରେ ଏହି ଅଧ୍ୟାଦେଶ ବିଲ୍‌କୁ ଚିରିଦେଉଥିବାର ଦୃଶ୍ୟ ମଧ୍ୟ ଏହି ଫିଲ୍ମରେ ରହିଛି।



from Odisha Reporter http://bit.ly/2Q3aDA5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages