ଅନ୍ଧବିଶ୍ୱାସର କରୁଣ ପରିଣତି: ଡାହାଣୀ ସାଜି ନିଜ ଛୁଆର ଜୀବନ ନେଇଗଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଅନ୍ଧବିଶ୍ୱାସର କରୁଣ ପରିଣତି: ଡାହାଣୀ ସାଜି ନିଜ ଛୁଆର ଜୀବନ ନେଇଗଲା ମା’

ଭୋପାଳ:ଅନ୍ଧବିଶ୍ୱାସର କରୁଣ ପରିଣତି। ଡାହାଣୀ ସାଜି ପିଲାର ଜୀବନ ନେଇଗଲା ମା’। ନିଜ ଛୁଆର ହାତ ଓ ପାଦରେ ୬ଟି ଆଙ୍ଗୁଠି ଥିବାରୁ ଏହାକୁ ଅଶୁଭ ଭାବି ନିଜ ଅଭାବନୀୟ କାଣ୍ଡ ଘଟାଇଛି ମା’।

ଆଉ ଶେଷରେ ନିଜ ପିଲାକୁ ହତ୍ୟା କରିଛି। ମଧ୍ୟପ୍ରଦେଶର ଖଣ୍ଡୱା ଜିଲାରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ ଗତ ଡିସେମ୍ୱର ୨୨ ତାରିଖରେ ମଧ୍ୟପ୍ରଦେଶର ବନଗ୍ରାମ ସୁନ୍ଦରଦେବ ଗ୍ରାମର ଜଣେ ଆଦିବାସୀ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ଜନ୍ମିତ ଶିଶୁଟିର ପାଦ ଓ ହାତରେ ୬ଟି ଲେଖାଏଁ ଆଙ୍ଗୁଠି ଥିବା ଦେଖିବାକୁ ମିଳିଥିଲା। ଏହା ପରେ ପିଲାଟିର ମା’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭବିଷ୍ୟତ ପାଇଁ ପିଲାଟିର ଏହି ୬ଟି ଆଙ୍ଗୁଠି ଅଶୁଭ ଭାବି ତାର ଅତିରିକ୍ତ ସେହି ଆଙ୍ଗୁଠି କାଟିଦେଇଥିଲେ।

ପରେ ସେହି ସ୍ଥାନରେ ଗୋବର ଲେପ ଲଗାଇ ଦେଇଥିଲା। ପରେ ସଂକ୍ରମଣ ହେବାରୁ କିଛି ଘଣ୍ଟା ମଧ୍ୟରେ ହିଁ ଛୁଆଟିର ମୃତ୍ୟୁ ହୋଇଥିଲା।
ମୃତ୍ୟୁ ପରେ ପରିବାର ଲୋକ ଛୁଆଟିକୁ ମାଟି ତଳେ ପୋତି ଦେଇଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି, ଛୁଆଟିର ମା’ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏହି କାମ କରିଛି ବୋଲି କହିଛି। ଛୁଆଟିର ମା’ ତାରାବାଇର କହିବା ଅନୁସାରେ, “ମୋ ଝିଅର ହାତ ପାଦ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାର କଥା କହିଥାନ୍ତେ। କେତେକ କ’ଣ ଟାହିଟାପରା ଶୁଣିବାକୁ ମିଳିଥାନ୍ତା। ଏହା ଯୋଗୁ ତାର ବିବାହ ମଧ୍ୟ ହୋଇପାରିନଥାନ୍ତା। ଏଥିପାଇଁ ମୁଁ ତାର ଆଙ୍ଗୁଠି କାଟିଦେଲି।

ପୁଲିସ ମାଟି ତଳୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋଲି ପୁଲିସ କହିଛି।



from Odisha Reporter http://bit.ly/2s0dFf5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages