ଘରୋଇ ସ୍କୁଲ ଉପରେ କେମିତି ଅଙ୍କୁଶ ଲଗାଇବ ଶିକ୍ଷା ବିଭାଗ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଘରୋଇ ସ୍କୁଲ ଉପରେ କେମିତି ଅଙ୍କୁଶ ଲଗାଇବ ଶିକ୍ଷା ବିଭାଗ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫି’ ବୃଦ୍ଧି ଆଳରେ ଘରୋଇ ସ୍କୁଲ ଗୁଡ଼ିକ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ଏହାକୁ ରୋକିବା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (NCPCR)ଙ୍କ ପରାମର୍ଶ ଅନୁସାରେ ଫି’ ଷ୍ଟ୍ରକ୍‌ଚର ପ୍ରସ୍ତୁତ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ମାସେ ତଳୁ ଏହାକୁ ଗଣଶିକ୍ଷା ବିଭାଗକୁ ପଠାଇ ସାରିଥିଲେ ମଧ୍ୟ ତାହା ଫାଇଲ୍ ତଳେ ଚାପି ହୋଇ ରହିଛି।

ଘରୋଇ ସ୍କୁଲମାନଙ୍କ ମନଇଚ୍ଛା ଫି’ ଯନ୍ତାରୁ ଅଭିଭାବକଙ୍କୁ ମୁକ୍ତି ଦେବା ଲକ୍ଷ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରସ୍ତୁତ କରିଛି ସ୍ଲାବ୍। କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ଫି’ ରହିବ, ବର୍ଷକୁ କେତେ ପ୍ରତିଶତ ଭିତରେ ରହିବ ବର୍ଦ୍ଧିତ ହାର- ସେ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ମାସେ ତଳେ ଦେଇଥିଲା।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଫି ଷ୍ଟ୍ରକଟର କମିଟିର ସୁପାରିଶ ଅନୁସାରେ ୟୁକେଜି ପିଲାଙ୍କ ପାଇଁ ବାର୍ଷିକ ଫି ସର୍ବାଧିକ ୧୫ ହଜାର ଟଙ୍କା, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୭ ହଜାର ଟଙ୍କା, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ହଜାର, ନବମ ଓ ଦଶମ ଶ୍ରେଣୀ ପାଇଁ ୨୨ ହଜାର, ଏକାଦଶ ଓ ଦ୍ୱାଦଶ ପାଇଁ ୨୫ ହଜାର ଓ ଏହି ଶ୍ରେଣୀର ବିଜ୍ଞାନ ଷ୍ଟ୍ରିମ୍ ପାଇଁ ଫି ୨୭ ହଜାର ଟଙ୍କା ଭିତରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ହେଲେ ରିପୋର୍ଟ ଦିଆଯିବାର ମାସେ ବିତିଯାଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଏହାକୁ ଲାଗୁ କରିବାରେ ବିଳମ୍ବ କରୁଛି। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଫି ଷ୍ଟ୍ରକଟରକୁ କିନ୍ତୁ ବହୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଗ୍ରହଣ କରିବାକୁ ନାରାଜ। ଏହା ଦ୍ୱାରା ଘରୋଇ ସ୍କୁଲମାନେ ଗୁଣାତ୍ମକ ଶିକ୍ଷା ଦେବାରେ ଅସୁବିଧା ହେବ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ସେପଟେ ଅଭିଭାବକ ମହାସଂଘ ମଧ୍ୟ ଏଭଳି ଫି ଷ୍ଟ୍ରକଚରକୁ ନେଇ ଆପତ୍ତି ଉଠାଇବା ସହ ଏଥିରେ ଅଧିକ ସଂଶୋଧନ ଅଣାଯିବାର ଆବଶ୍ୟକତା ଥିବା କହିଛି। କାରଣ ନୂଆ ନିୟମ ଲାଗୁ ହେଲେ ପୂର୍ବରୁ କମ୍‌ ଫି ନେଉଥିବା ଅନେକ ସ୍କୁଲ ହଠାତ ଫି ବଢ଼ାଇଦେବା ନେଇ ଆଶଙ୍କା କରୁଛି ସଂଘ।

ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପରାମର୍ଶ କ୍ରମେ ରାଜ୍ୟରେ ଘରୋଇ ସ୍କୁଲ ଫି ଉପରେ ଅଙ୍କୁଶ ଲଗାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ଷ୍ଟ୍ରକ୍‌ଚର। ତେବେ ଏ ପ୍ରସ୍ତାବ ଉପରେ ସରକାର ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2PJR8wr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages