ସବୁ ମାମଲାରୁ ମୁକ୍ତ ହେବେ ଅଭିଜିତ ଆୟର ମିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ସବୁ ମାମଲାରୁ ମୁକ୍ତ ହେବେ ଅଭିଜିତ ଆୟର ମିତ୍ର

abhijit

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଣାର୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ରଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି। ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ତାଙ୍କୁ କ୍ଷମା ଦେଇ ସାରିଥିବାରୁ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ନିଜ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅନୁରୋଧ କରି ଗତ ମାସ ୨୦ ତାରିଖରେ ଚିଠି ଲେଖିଥିଲେ ଅଭିଜିତ୍। ୧୩ ଦିନ ପରେ ଅର୍ଥାତ ଗତକାଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଅଭିଜିତଙ୍କ ଚିଠିକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଥିଲେ। ତେବେ ଡିଆଇଜି ଏତେଦିନ ଧରି କାହିଁକି ଚିଠିଟିକୁ ନିଜ ପାଖରେ ରଖିଲେ? ଏଥିପାଇଁ ତାଙ୍କୁ କେହି ନିର୍ଦ୍ଦେଶ ଦେଇଥିଲା କି? ଏଭଳି କେତୋଟି ପ୍ରଶ୍ନ ଉଠିବାରେ ଲାଗିଛି।

ସେପଟେ ପେଟରେ ଯନ୍ତ୍ରଣା କାରଣରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଜିତଙ୍କ ଚିକିତ୍ସା ଜାରି ରହିଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ଜେଲ୍‌ ଡିଆଇଜି ବାଧ୍ୟ ହୋଇ ୧୩ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଚିଠି ପଠାଇଥିବା ଆଲୋଚନା ହେଉଛି।



from Odisha Reporter https://ift.tt/2AMpitK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages