‘ଡାଡି’ଙ୍କ କଳାକାରନାମା ଖୋଲିବ ଏନ୍‌ସିପିସିଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

‘ଡାଡି’ଙ୍କ କଳାକାରନାମା ଖୋଲିବ ଏନ୍‌ସିପିସିଆର୍‌

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲଟିକିରି ଶେଲ୍‌ଟର୍‌ ହୋମ୍‌ରେ ନିର୍ଯାତନା ଘଟଣାରେ ଚାଲିଛି ତନାଘନା। ତଦନ୍ତ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (NCPCR) ଟିମ୍। ଏହି ଟିମ୍ ଆସିବା ନେଇ ମୁଖ୍ୟ ସଚିବଙ୍କୁ ଚିଠି କରିଛନ୍ତି NCPCR ରେଜିଷ୍ଟ୍ରାର। ଆଜି ଓ ଆସନ୍ତା କାଲି ୨ ଦିନ ରହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏହି ଟିମ୍।

ସୂଚନା ଅନୁଯାୟୀ ମୋଟ ୯ଟି ଟିମ୍ ଆସିବେ। ଏମାନେ ୧୯ ଜିଲ୍ଲାର ୫୬ ଶେଲ୍‌ଟର୍‌ ହୋମ୍ ବୁଲି ଦେଖିବେ।

ବେଲଟିକିରିସ୍ଥିତ ଶେଲ୍‌ଟର୍‌ ହୋମ୍‌ ‘ଡ୍ରିମ୍ ସେଣ୍ଟର’ରେ ନାବାଳିକାଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ନାବାଳିକା ଅନ୍ତେବାସୀଙ୍କୁ ଶୋଷଣ କରାଯାଉଥିଲା। ଏହି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ପୁଣି ଆଉ କେହି ନୁହେଁ, ସଂସ୍ଥାର ମୁଖ୍ୟ ଫୟାଜ୍‌ ରେହମାନ। ଯାହାଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରନ୍ତି ଏହି ସେଲ୍‌ଟର ହୋମର ନିରୀହ ଅନ୍ତେବାସୀ। ଏପରିକି ଧର୍ମ ପରିବର୍ତ୍ତନ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।



from Odisha Reporter https://ift.tt/2BblWAQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages