କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ୁ କରିବୁ: ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ୁ କରିବୁ: ନିରଞ୍ଜନ

niranjana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଏହି ପ୍ରତିଶ୍ରୁତି ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ଭବନରେ ଆଜି ବସିଥିବା ପିସିସି ଇସ୍ତାହାର କମିଟିର ବୈଠକ ପରେ ନିରଞ୍ଜନ ଏହା କହିଛନ୍ତି।

ସେ କହିଛନ୍ତି-“ଚାଷୀଙ୍କୁ ସୋଲାର ପମ୍ପ ସହ ୫ ବର୍ଷ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ବିଜୟର କାରଣ ହେଲା, ଶୃଙ୍ଖଳିତ ଲଢ଼େଇ। ଓଡ଼ିଶାରେ ମଧ୍ୟ ମିଳିତ ଓ ଶୃଙ୍ଖଳିତ ହୋଇ ଲଢିଲେ କଂଗ୍ରେସକୁ ଫଳ ମିଳିବ।”

ସେ କହିଛନ୍ତି-“ଚାଷୀ, ଯୁବକ, ଆଦିବାସୀ, ଦଳିତ ଓ ମହିଳାଙ୍କ ସମସ୍ୟା ସମାଧାନ କରିବା କଂଗ୍ରେସର ମୁଖ୍ୟ ଆଭିମୁଖ୍ୟ। ଆମର ବିଶ୍ୱାସ ଆଗାମୀ ନିର୍ବାଚନରେ ଚାଷୀ ନିର୍ଣ୍ଣାୟକ ଭୂମିକା ନେବେ। ସେଥିପାଇଁ ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛୁ।”

ମହାନଦୀ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି-“ଆମେ ସମସ୍ୟା କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ପାଖରେ ଉପସ୍ଥାପନ କରିବୁ। ସେଥିରୁ ନିଶ୍ଚିତ କିଛି ସଫଳତା ମିଳିବ। ଛତିଶଗଡ଼ରେ ସରକାର ଗଠନ ହେଲେ ଏ ନେଇ ଆଲୋଚନା କରିବୁ। ତା’ପରେ ତାଙ୍କର ଆଭିମୁଖ୍ୟ କ’ଣ ରହିବ, ତାହା ଦେଖିବାକୁ ବାକି ରହିଛି।”



from Odisha Reporter https://ift.tt/2BfgPiW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages