ପରାଜୟ ପରେ ବେଶ ଭାବପ୍ରବଣ ହେଲେ ଶିବରାଜ ସିଂହ ଚୌହାନ, କହିଲେ ଆଜିଠୁ ଚୌକିଦାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ପରାଜୟ ପରେ ବେଶ ଭାବପ୍ରବଣ ହେଲେ ଶିବରାଜ ସିଂହ ଚୌହାନ, କହିଲେ ଆଜିଠୁ ଚୌକିଦାର

ଭୋପାଲ୍‌: ଦୀର୍ଘ ୧୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଦଳ ବିଜେପିକୁ ରାଜ୍ୟରେ ଗାଦିଚ୍ୟୁତ ହେବାକୁ ପଡ଼ିଛି। ଶିବରାଜ ସିଂହ ଚୌହାନ ବ୍ୟକ୍ତିଗତ ଭାବେ ବିଧାନସଭା ନିର୍ବାଚନ ଜିତିଥିଲେ ହେଁ ତାଙ୍କ ଦଳ ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିପାରି ନାହିଁ।

ପରାଜୟ ପରେ ଆଜି ଶିବରାଜ ସିଂହ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ସେ ବେଶ ଭାବପ୍ରବଣ ହେବା ସହ ତାଙ୍କ ଆଖି ଛଳଛଳ ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ସେ ଆଜିଠାରୁ ଚୌକିଦାର ଭାବେ ମଧ୍ୟପ୍ରଦେଶ ପାଇଁ କାର୍ଯ୍ୟ କରିବେ ଏବଂ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି କହିଛନ୍ତି।

ଏଥିସହ ଦଳର ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ ଆମେ ଯେତିକି ଆଶା କରିଥିଲୁ, ସେତିକି ସଫଳତା ମିଳିଲା ନାହିଁ। କିନ୍ତୁ ଏବେ ଆମେ ଏକ ଶକ୍ତିଶାଳୀ ବିରୋଧୀ ଦଳର ଭୂମିକା ନିର୍ବାହ କରିବୁ। ଆଜିଠାରୁ ମୋର ଚୌକିଦାରୀ ଆରମ୍ଭ। ଏବେଠାରୁ ଆମେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ ଏବଂ ମୋଦିଙ୍କୁ ଆଉ ଥରେ କେନ୍ଦ୍ରରେ ଶାସନ କରିବାର ସୁଯୋଗ ଦେବୁ।”

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ରାକେଶ ସିଂହ କହିଛନ୍ତି, ବିଜେପିର ଭୋଟ୍‌ଭାଗ ଅଧିକ (୪୧%) ଯାହାକି କଂଗ୍ରେସଠାରୁ (୪୦.୯%) ଅଧିକ, କିନ୍ତୁ କଂଗ୍ରେସଠାରୁ ଆମର ଆସନ କମ୍‌।



from Odisha Reporter https://ift.tt/2UDId3l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages