କପିଲ୍‌ଙ୍କ ବାହାଘର ଆଜି: ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସନ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

କପିଲ୍‌ଙ୍କ ବାହାଘର ଆଜି: ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସନ୍ଦେଶ

ମୁମ୍ୱାଇ: ଲୋକପ୍ରିୟ କମେଡିଆନ୍‌ କପିଲ୍‌ ଶର୍ମା ଆଜି ତାଙ୍କ ଗାର୍ଲଫ୍ରେଣ୍ଡ୍‌ ତଥା କଲେଜ୍‌ ବେଳର ସାଥୀ ଗିନ୍ନୀ ଚତରଥଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବାହାଘରର ସମସ୍ତ ବିଧି ମଧ୍ୟ ଆରମ୍ଭ ହୋଇ ସାରିଛି। ସବୁ ଅତିଥି ମଧ୍ୟ ଆସି ସାରିଛନ୍ତି। କେବଳ ଏତିକି ନୁହେଁ, କପିଲ୍‌ଙ୍କର ପ୍ରି-ୱେଡିଙ୍ଗ୍‌ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆଜିର ବିବାହ ଉତ୍ସବରେ ସାମିଲ୍‌ ହେବା ପାଇଁ ଅତିଥିମାନଙ୍କ ମଧ୍ୟରେ କୃଷ୍ଣା ଅଭିଷେକ,ସୁମୋନା ଚକ୍ରବର୍ତ୍ତୀ, ରାଜୀବ ଠାକୁର ଓ ଗାୟକ ଋଚା ଶର୍ମା ରହିଛନ୍ତି।

ଏସହିତ କମେଡି ନାଇଟସ୍‌ ୱିଇଥ୍‌ କପିଲ୍‌ ପୂରା ଟିମ୍‌ ମଧ୍ୟ ବିବାହ ପୂର୍ବରୁ କପିଲ୍‌ଙ୍କ ସହିତ ରହିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, କପିଲ୍‌ ଶର୍ମା ଦୁଇଟି ରୀତିରେ ବିବାହ କରିବେ। ୧୨ ଡିସେମ୍ୱର ଅର୍ଥାତ୍‌ ଆଜି ହିନ୍ଦୁ ରୀତିନୀତି ଅନୁସାରେ ଏବଂ ୧୩ ଡିସେମ୍ୱରକୁ ଶିଖ୍‌ ଧର୍ମ ଅନୁସାରେ ବିବାହ କରିବେ।

କପିଲ୍‌ ଶର୍ମା ଓ ଗିନ୍ନୀ ପଞ୍ଜାବର ଜଳନ୍ଧରରେ ବିବାହ କରିବେ। ଜଳନ୍ଧର ଗିନ୍ନୀଙ୍କର ହୋମ୍‌ଟାଉନ୍‌ ହୋଇଥିବାକୁ ଦୁହେଁ ସେଠାରେ ହିଁ ବିବାହ କରିବେ। ଖବର ଅନୁସାରେ ଆପଣ ସୋଶାଲ ମିଡିଆରେ କପିଲ୍‌ ଶର୍ମାଙ୍କ ଏହି ବାହାଘର ଲାଇଭ୍‌ ଦେଖିପାରିବେ। ୟୁଟ୍ୟୁବ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ବାହାଘରର ଲାଇଭ୍‌ ହେବାକୁ ଯାଉଛି। ବିବାହ ପରେ କପିଲ୍‌ ୧୪ ଡିସେମ୍ୱରରେ ଏକ ରିସେପସନ୍‌ ପାର୍ଟିର ଆୟୋଜନ କରିଛନ୍ତି। ଏଥିରେ ତାଙ୍କର କିଛି ନିକଟତମ ବନ୍ଧୁ ଓ ସମ୍ପର୍କୀୟ ଆସିବେ।

ଏହାପରେ ସେ ୨୪ ଡିସେମ୍ୱରରେ ମୁମ୍ୱାଇରେ ଏକ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରିଛନ୍ତି। ଯେଉଁଥିରେ ବଲିଉଡ୍‌ କଳାକାରଙ୍କୁ ଦେଖିବାକୁ ମିଳିବ। କପିଲ୍‌ଙ୍କର ଫ୍ୟାନ୍‌ମାନେ ସାରା ଦେଶରେ ଅଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କପିଲ୍‌ ଶର୍ମା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ଗିନ୍ନୀ ଚତରଥ୍‌ଙ୍କୁ ବିବାହର ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ସୁଖସମୃଦ୍ଧି କାମନା କରି ପୁରୀ ସମୁଦ୍ର ବେଳା ଭୂମିରେ ଏକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଯାହା ଟ୍ୱିଟର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।



from Odisha Reporter https://ift.tt/2EqIWjw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages