
କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ପରକୀୟା ପ୍ରୀତିକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ଗାଁରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ଭାଉଜର ପ୍ରେମକୁ ବିରୋଧ କରିବାରୁ ଦିଅରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ ରାଜକନିକା ଥାନା ଘେରାଉ କରାଯାଇଛି। ଅଭିଯୁକ୍ତକୁ ଗିରଫ ଦାବିରେ ଓଳାଭର ଗ୍ରାମବାସୀ ଥାନା ସମ୍ମୁଖରେ ମୃତଦେହ ରଖି ଘେରାଉ କରିଥିଲେ। ତେବେ ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଘେରାଉ ହଟିଥିଲା। ପ୍ରେମ ବ୍ୟାପାରକୁ ନେଇ ଗତକାଲି ଗାଁର ବିନୋଦ ବାଇଙ୍କୁ ହତ୍ୟା କରାଯାଇଥିଲା।
ଭାଉଜର ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ପ୍ରେମିକ ଜଣଙ୍କ ବିନୋଦଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା।
ବିନୋଦଙ୍କୁ ଆକ୍ରମଣର ଭି଼ଡିଓ ଭାଇରାଲ୍ ହୋଇଛି। ଗାଁ ଦାଣ୍ଡରେ ଗଣ୍ଡଗୋଳ ପରେ ବିନୋଦଙ୍କୁ ପ୍ରେମିକ ସହ ମିଶି ଆଉ କେତେକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେପଟେ ଏହି ଘଟଣାରେ ରାଜକନିକା ପୁଲିସ ଜଣକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।
from Odisha Reporter https://ift.tt/2E7YwAn
No comments:
Post a Comment