ସଚିନ୍‌, ଡ୍ରାଭିଡ୍‌ ଓ ଲକ୍ଷ୍ମଣଙ୍କ ରନ୍‌ କ୍ଲବରେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ସଚିନ୍‌, ଡ୍ରାଭିଡ୍‌ ଓ ଲକ୍ଷ୍ମଣଙ୍କ ରନ୍‌ କ୍ଲବରେ ବିରାଟ୍‌

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ୩୪ ରନ୍‌ର ଇନିଂସ୍‌ ଖେଳିଛନ୍ତି। ତେବେ ଏହି ଇନିଂସ୍‌ ବଳରେ ବିରାଟ୍‌ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୪ର୍ଥ ଭାରତୀୟ ଭାବେ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍‌ ପୂରଣ କରିବାର ରେକର୍ଡ କରିଛନ୍ତି। ଆଜି ବିରାଟ୍‌ ୫ ରନ୍‌ କରିବା କ୍ଷଣି ଏହି ରେକର୍ଡ କ୍ଲବରେ ସାମିଲ ହୋଇଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ୍‌ ଓ ଭିଭିଏସ୍‌ ଲକ୍ଷ୍ମଣ ଏକ ହଜାର ରନ୍‌ ହାସଲ କରିଥିଲେ। ତେଣୁ ବିରାଟ୍‌ ଏହି ତାଲିକାରେ ନିଜକୁ ସାମିଲ କରିପାରିଛନ୍ତି। ବିରାଟ୍‌ ୯ଟି ଟେଷ୍ଟ୍‌ରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।

ସଚିନ୍‌ ୨୦ଟି ଟେଷ୍ଟ୍‌ରେ ୧୮୦୯ ରନ୍‌ କରିଥିବା ବେଳେ ଭିଭିଏସ୍‌ ୧୫ଟି ଟେଷ୍ଟ୍‌ରେ ୧୨୩୬ ରନ୍‌ ଓ ଡ୍ରାଭିଡ୍‌ ୧୫ଟି ଟେଷ୍ଟ୍‌ରେ ୧୧୪୩ ରନ୍‌ କରିଛନ୍ତି।

ଅନ୍ୟପକ୍ଷରେ ବୀରେନ୍ଦ୍ର ସେହ୍ୱାଗ ଅଷ୍ଟ୍ରେଲିଆରେ ୧୦୦୦ ରନ୍‌ କରିଛନ୍ତି। କିନ୍ତୁ ଏଥିମଧ୍ୟରେ ସେ ଆଇସିସି ୱାର୍ଲଡ ଏକାଦଶ ପକ୍ଷରୁ କରିଥିବା ୮୩ ରନ୍‌ ସାମିଲ ହୋଇଥିବାରୁ ଏବଂ ଏହା ଏକ ଅନୌପଚାରିକ ଅନ୍ତର୍ଜାତୀୟ ମ୍ୟାଚ ହୋଇଥିବାରୁ ଏହି ବିରଳ କ୍ଲବରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି।



from Odisha Reporter https://ift.tt/2BYQoQo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages