ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମୁଗ ମଇଦା ପିଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମୁଗ ମଇଦା ପିଠା

ଆବଶ୍ୟକ ସାମଗ୍ରୀ: କଞ୍ଚାମୁଗ ଡାଲି, ଗୋଲ ମରିଚ, ଜୁଆଣି, ଗୁଜୁରାତି ଗୁଣ୍ଡ, କୋରା ନଡ଼ିଆ, ଚିନି, ମଇଦା, ରିଫାଇନ୍‌ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ମୁଗ ଡାଲିକୁ  ଭିଜାଇ ବାଟନ୍ତୁ। ଏହା ପରେ ବଟା ମୁଗ ଡାଲିରେ ଲୁଣ ମିଶାଇ ସିଝାନ୍ତୁ।

ଏହା ପରେ କଡ଼େଇରେ  ପାଣି ଗରମ କରି ଚିନି ପକାଇ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ। ଚିନି ଫୁଟିବା ପରେ ଗୋଲ ମରିଚ, ଜୁଆଣି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଶିରା ଭଲ ଭାବେ ହୋଇଗଲା ପରେ କୋରା ହୋଇଥିବା ନଡିଆ ଓ ସିଝା ମୁଗଡାଲି  ପକାଇ ଭଲ ଭାବେ ମିଶାନ୍ତୁ। ତା’ପରେ ମୁଗ ମିଶା ଚିନି ଶିରାକୁ ଗୋଲ ଗୋଲ ଗୁଳା କରି ରଖନ୍ତୁ। ମଇଦାରେ ପାଣି ଦେଇ ଆଣ ପ୍ରସ୍ତୁତ କରି ସେଥିରେ ବୁଡ଼ାଇ ତେଲରେ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗ ମଇଦା ପିଠା। ଏହି ସୁଆଦିଆ ପିଠାକୁ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।

 



from Odisha Reporter https://ift.tt/2RIgSeo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages