ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପାଇଁ କସରତ: ସଚିନ ଓ ଗେହଲଟଙ୍କୁ ରାହୁଲଙ୍କ ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପାଇଁ କସରତ: ସଚିନ ଓ ଗେହଲଟଙ୍କୁ ରାହୁଲଙ୍କ ସମନ୍‌

ଜୟପୁର: ରାଜସ୍ଥାନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ଦାବିଦାର ସଚିନ୍‌ ପାଇଲଟ୍‌ ଏବଂ ଅଶୋକ ଗେହଲଟ୍‌ଙ୍କୁ ବୁଧବାର ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମନ କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳ କଲ୍ୟାଣ ସିଂହଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।

ମଙ୍ଗଳବାର ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ କଂଗ୍ରେସ ବିଜେପିକୁ ପରାସ୍ତ କରି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିଥିଲା।

ତେବେ କଂଗ୍ରେସ ସରକାର ଗଠନ କରିବା ସ୍ପଷ୍ଟ ହୋଇଥିଲେ ହେଁ କିଏ ମୁଖ୍ୟମନ୍ତ୍ରୀ ହେବ, ତାକୁ ନେଇ ଚିତ୍ର ଏଯାଏ ଅସ୍ପଷ୍ଟ ରହିଛି। ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ୭୫ ଜଣ ସଦସ୍ୟ ଅଶୋକ ଗେହଲଟ୍‌ଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଅନ୍ୟ ବିଧାୟକ ମାନେ କଂଗ୍ରେସର ରାଜସ୍ଥାନ ବିଜୟ ପଛରେ ମୁଖ୍ୟ ସୁତ୍ରଧର ପାଲଟିଥିବା ସଚିନ୍‌ ପାଇଲଟଙ୍କୁ ସମର୍ଥନ କରିଛନ୍ତି। ଏପରି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡ କାହାକୁ ମୁଖ୍ୟମନ୍ତ୍ରୀ କରିବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧି ଯାହା କହିବେ ଦଳ ତାହା ପାଳନ କରିବ ବୋଲି ଏକ ସଂକଳ୍ପ ମଧ୍ୟ ପାସ୍‌ ହୋଇଛି। ଏବେ ସମସ୍ତଙ୍କ ନଜର ହାଇକମାଣ୍ଡଙ୍କ ଉପରେ ରହିଛି।



from Odisha Reporter https://ift.tt/2Etcyg6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages