କାହିଁକି ପାଳନ ହୁଏ ବିଶ୍ୱ ମାନବିକ ଅଧିକାର ଦିବସ, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

କାହିଁକି ପାଳନ ହୁଏ ବିଶ୍ୱ ମାନବିକ ଅଧିକାର ଦିବସ, ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀ, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମଣିଷ। ଏଣୁ ସବୁ ବର୍ଗର ମଣିଷ କିଭଳି ଉଚିତ୍‌ ସମ୍ମାନ ଓ ନ୍ୟାୟ ପାଇବେ ସେ ନେଇ ବିଶ୍ୱସମୂହ ମାନବିକ ଅଧିକାରୀ ଦିବସ ପାଳନ କରୁଛି।

ପ୍ରତିବର୍ଷ ଡିସେମ୍ୱର ମାସ ୧୦ ତାରିଖରେ ଆମେ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ କରିଥାଉ।

୧୯୪୮ ମସିହାରେ ଜାତିସଂଘର ସାଧାରଣ ସଭାରେ  ଡିସେମ୍ୱର ୧୦ ତାରିଖକୁ ମାନବିକ ଅଧିକାର ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ୪୮ଟି ଦେଶ ଏକାଠି ହୋଇ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ଏହି ଦିନକୁ ପାଳନ କରିଥିଲେ।

ସେହିପରି ୧୯୯୩ ମସିହାରେ ମାନବିକ ଅଧିକାର ସଂଜ୍ଞା ସହ ମାନବିକ ଅଧିକାର ସୁରକ୍ଷା ଆଇନ୍ ଭାରତୀୟ ପାର୍ଲିଆମେଣ୍ଟ୍‌ରେ ପ୍ରଣୀତ ହୋଇଥିଲା। ସେହି ବର୍ଷ ଜାତୀୟ ସ୍ତରରେ ମାନବିକ ଅଧିକାର କମିସନର୍‌ ଗଠନ ମଧ୍ୟ କରାଯାଇଥିଲା।

ବିଶ୍ୱ ମାନବିକ ଅଧିକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ସବୁ ମାନବଙ୍କୁ ସମାନ ଅଧିକାର ଓ ସମ୍ମାନର ସହିତ ବଞ୍ଚିବା ପାଇଁ ଅଧିକାର ମିଳିବା ଦରକାର। ଏହା ସହିତ ମାନବତା ବିରୋଧରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାରକୁ ରୋକିବା ପାଇଁ ଏହା ଏକ ପ୍ରୟାସ।

ଭାରତରେ ୧୨ ଅକ୍ଟୋବର ୧୯୯୩ ମସିହାରେ ମାନବାଧିକାର ଆୟୋଗ ଗଠନ କରାଯାଇଥିଲା। ଏହି ଆୟୋଗ ରାଜନୈତିକ, ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ସ୍ତରରେ କାର୍ଯ୍ୟ କରିଥାଏ। ଯେପରିକି ଦିନ ମଜୁରିଆ, ଏଚ୍‌ଆଇଭି ଏଡସ୍‌, ସ୍ୱାସ୍ଥ୍ୟ, ବାଲ୍ୟ ବିବାହ ରୋକିବା, ମହିଳା ଅଧିକାରକୁ ସୁରକ୍ଷା ଦେବା ହେଉଛି ଏହି ଆୟୋଗର ପ୍ରଧାନ କାର୍ଯ୍ୟ।

ସର୍ବୋପରି ମାନବିକ ଅଧିକାର କହିଲେ କେବଳ ବ୍ୟକ୍ତିକୁ ରାଷ୍ଟ୍ର ଦ୍ୱାରା ପ୍ରଦତ୍ତ ରାଜନୈତିକ ଅ ଗଣତାନ୍ତ୍ରିକ ଅଧିକାରକୁ ବୁଝାଏ ନାହିଁ। ଏହା ସହିତ ଖାଦ୍ୟର ଅଧିକାର, ବାସଗୃହ ଅଧିକାର, ପ୍ରଦୂଷଣମୁକ୍ତ ପରିବେଶର ଅଧିକାର, ଲିଙ୍ଗଗତ ବିଭେଦରୁ ମୁକ୍ତିର ଅଧିକାର, ଜାତୀଗତ ନିର୍ଯ୍ୟାତନାରୁ ମୁକ୍ତିର ଅଧିକାର, ଜାତୀୟତାର ଅଧିକାର, ଶିଶୁ ଅଧିକାର ଏପରିକି ସମଲିଙ୍ଗୀମାନଙ୍କ ଅଧିକାର ବି ମାନବିକ ଅଧିକାର ସୁରକ୍ଷା ମଧ୍ୟରେ ଯାଇଥାଏ।



from Odisha Reporter https://ift.tt/2B5tGV1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages