ଉଜ୍ଜ୍ଵଳା ଓ ଧାନକିଣା ପ୍ରସଙ୍ଗରେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଉଜ୍ଜ୍ଵଳା ଓ ଧାନକିଣା ପ୍ରସଙ୍ଗରେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

dharmendra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଜ୍ଜ୍ଵଳା ଯୋଜନା ଓ ଧାନକିଣା ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଭୟ କଂଗ୍ରେସ ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।

ଉଜ୍ୱଳା ଯୋଜନାରେ ପିସି କାରବାର ଚାଲିଥିବା ପ୍ରସଙ୍ଗରେ କଂଗ୍ରେସର ଅଭିଯୋଗ ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କଂଗ୍ରେସ ହେଉଛି ଅସହିଷ୍ଣୁ ଓ ଅପାରଗ। ଏନେଇ କହିବାର ସେମାନଙ୍କର ନୈତିକ ଅଧିକାର ନାହିଁ।

ସେ କହିଛନ୍ତି, ୬୦ ବର୍ଷରୁ ଅଧିକ ଦିନ ଧରି କଂଗ୍ରେସ ସରକାରରେ ରହିଥିଲା। ଗରିବ ମା ଓ ଭଉଣୀ ମାନଙ୍କୁ ଏଲପିଜି ଦେବାକୁ ସେମାନଙ୍କୁ କିଏ ମନା କରିଥିଲା। ଯେଉଁମାନେ ଲମ୍ବା ସମୟ ଧରି ଶାସନରେ ରହିଲେ ସେମାନେ ଦେଶକୁ ପଛରେ ପକାଇଲେ। ୨୦୧୪ରେ ମୋଦି ସରକାର ଶାସନକୁ ଆସିବା ବେଳକୁ ଓଡିଶାରେ ରହିଥିବା ୧ କୋଟି ଘର ମଧ୍ୟରୁ ମାତ୍ର ୨୦ ଲକ୍ଷ ଘରେ ଏଲପିଜି ପହଁଚିପାରିଥିଲା। ଏହା ହେଉଛି କଂଗ୍ରେସ ଶାସନର ୬୦ ବର୍ଷର ପାରିବାପଣିଆ। ତେବେ ମୋଦି ସରକାରଙ୍କ ସାଢେ ୪ ବର୍ଷରେ ୭୫ ଲକ୍ଷ ଘରେ ଗ୍ୟାସ ପହଁଚାଇ ପାରିଛନ୍ତି। ଯେତେବେଳେ ଦେଶରେ ଓ ଓଡିଶାରେ କଂଗ୍ରେସ ସରକାର ଥିଲା ସେତେବେଳେ ଓଡିଶାକୁ କଂଗ୍ରେସ ଦଳ ଭୂଲୁଣ୍ଠିତ କରିଛି।

ସେହିପରି  ଅସାଧୁ ମିଲ୍ ମାଲିକ ମାନଙ୍କ ସହ ମିଶି ରାଜ୍ୟ ଯୋଗାଣ ବିଭାଗ ଏବେ ବିଜେଡି ପାଇଁ ପାଣ୍ଠି୍ ଯୋଗାଡ଼ରେ ଲାଗିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଅସାଧୁ ମିଲ୍ ମାଲିକମାନଙ୍କ ସହ ମିଶି ସରକାର ଚାଷୀଙ୍କୁ ଧୋକା ଦେବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ଧାନର ସହାୟକ ମୂଲ୍ୟ ୧୫୫୦ ଟଙ୍କା ଥିଲା।କେନ୍ଦ୍ର ସରକାର ଏହାର ଉତ୍ପାଦନ ମୂଲ୍ୟର ଦେଢଗୁଣା ବୃଦ୍ଧି କରି ୧୭୫୦ ଟଙ୍କା କରିଛନ୍ତି। ରାଧୁଆ ମିଛୁଆ ମାନଙ୍କୁ ଓଡିଶାର ଲୋକମାନେ ଚିହ୍ନିବେ ଆଉ ବାହାର କରିବେ। ଠକମାନଙ୍କୁ ଆଉ କଣ କୁହାଯାଇ ପାରିବ? ୨ବର୍ଷ ତଳେ ସୋହେଲାଠାରେ ଚାଷୀ ସମାବେଶରେ ଚାଷୀଙ୍କୁ ୧୦୦ ଟଙ୍କାର ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, କାହିଁକି ଏଯାଏଁ ଚାଷୀମାନଙ୍କୁ ୧୦୦ ପଇସା ମିଳିଲା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2BoQAXx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages