ହକି ବିଶ୍ୱକପ୍‌: ୫-୧ରେ ପାକିସ୍ତାନକୁ ହରାଇଲା ନେଦରଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ହକି ବିଶ୍ୱକପ୍‌: ୫-୧ରେ ପାକିସ୍ତାନକୁ ହରାଇଲା ନେଦରଲ୍ୟାଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ୍‌ରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପ୍‌ର ପୁଲ୍‌ ଡି ଶେଷ ଲିଗ୍‌ ମ୍ୟାଚ୍‌ରେ ପରାଜୟର ସ୍ୱଦ ଚାଖିଛି ପାକିସ୍ତାନ। ରବିବାର ଏହି ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ପାକିସ୍ତାନକୁ ୫-୧ରେ ପରାସ୍ତ କରିଛି।

ତେବେ ଏହି ମ୍ୟାଚ୍‌ରେ ପରାସ୍ତ ହୋଇ ମଧ୍ୟ ପାକିସ୍ତାନ ବେଲ୍‌ଜିୟମ୍‌ ସହିତ କ୍ରସ୍‌ ଓଭର ମ୍ୟାଚ୍‌ ଖେଳିବ। ସେହିଭଳି ଆଜି ମ୍ୟାଚ୍‌ର ବିଜେତା ନେଦର୍‌ଲ୍ୟାଣ୍ଡ କ୍ୟାନାଡା ସହିତ ପୁଲ୍‌ ଡି ମ୍ୟାଚ୍‌ ଖେଳିବ।

ଆଜି ପାକ୍‌-ନେଦରଲ୍ୟାଣ୍ଡ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ପ୍ରଥମେ ଗୋଲ୍‌ ଦେଇ ଆଗୁଆ ଥିଲା। କିଛି ସମୟ ପରେ ପାକିସ୍ତାନ ଏହାକୁ ଶୁଝାଇବାରେ ସଫଳ ହୋଇଥିଲା।

କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ନେଦରଲ୍ୟାଣ୍ଡ ୨-୧ରେ ଆଗୁଆ ଥିଲା। ଶେଷ କ୍ୱାର୍ଟର୍ସରେ ପାକିସ୍ତାନ ଉପରେ ଆହୁରି ଗୋଲ୍‌ ପରେ ଗୋଲ୍ ବର୍ଷା କରିଥିଲା ନେଦରଲ୍ୟାଣ୍ଡ।

ଅନ୍ୟପକ୍ଷରେ ପୁଲ୍ ଡିର ପ୍ରଥମ ଲିଗ ମ୍ୟାଚରେ ଜର୍ମାନୀ ମାଲେସିଆକୁ ୫-୩ ଗୋଲରେ ପରାସ୍ତ କରି ସିଧା କ୍ୱାର୍ଟର ଫାଇନାଲ ଖେଳିବାପାଇଁ ସ୍ଥାନ ପକ୍କା କରିଛି। ୩ଟି ମ୍ୟାଚ୍‌ରୁ ଜର୍ମାନୀକୁ ୯ ପଏଣ୍ଟ ମିଳିଛି। ଏହି ମ୍ୟାଚରେ ପରାସ୍ତ ହେବାସହିତ ମାଲେସିଆରର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯାଇଛି।



from Odisha Reporter https://ift.tt/2QpXK8x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages