
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ସଂସଦର ଅନ୍ତିମ ପୂର୍ଣ୍ଣାଙ୍ଗ ଅଧିବେଶନ ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ମହିଳା ସଂରକ୍ଷଣ ବିଲ୍ ଉପରେ ଏବେ ସମସ୍ତଙ୍କର ନଜର। ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ୧/୩ ସଂରକ୍ଷଣ ପାଇଁ ନିଜ ନିଜ ବିଧାନସଭାରେ ସଂକଳ୍ପ ପାରିତ କରିବାପାଇଁ ସମସ୍ତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ଏହି ଚିଠିରେ ସେ ଲେଖିଛନ୍ତି, “ଏହି ବିଲ୍ ପାଇଁ ସମର୍ଥନ ଜଣାଇବାର ମାର୍ଗ ପ୍ରଶସ୍ତ କରିବାପାଇଁ ବିଭିନ୍ନ ରାଜ୍ୟର ବିଧାନସଭାରେ ସଂକଳ୍ପ ଆଗତ ହେବା ଜରୁରି। ଏହାଫଳରେ ଲୋକସଭା ଏବଂ ବିଧାନସଭାରେ ମହିଳାରେ ମହିଳାଙ୍କୁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବାଟ ଫିଟିଯିବ।”
ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ରାଙ୍କିଙ୍ଗ୍ ୧୯୩ଟି ରାଷ୍ଟ୍ରରୁ ଭାରତର ସ୍ଥାନ ୧୪୮ ରହିଛି। ବିଧାନସଭାରେ ସ୍ଥିତି ଆହୁରି ଖରାପ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2RMewv3
No comments:
Post a Comment