୨୦୧୫ ପରଠାରୁ ଚାଷୀ ଆତ୍ମହତ୍ୟାର ତଥ୍ୟ କେନ୍ଦ୍ର ପାଖରେ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

୨୦୧୫ ପରଠାରୁ ଚାଷୀ ଆତ୍ମହତ୍ୟାର ତଥ୍ୟ କେନ୍ଦ୍ର ପାଖରେ ନାହିଁ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ ଚାଷୀ ପ୍ରସଙ୍ଗ ରାଜନୀତିକ ହଟଚମଟ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରତିବର୍ଷ ଦେଶର ବିଭିନ୍ନ ରାଜ୍ୟରେ ଋଣବୋଝ ଓ ଫସଲ କ୍ଷତି ସହି ନପାରି ଶହଶହ ଚାଷୀ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ୨୦୧୬ରୁ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି, ସେ ତଥ୍ୟ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପାଖରେ ନାହିଁ।

କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ସଂସଦକୁ ଦେଇଥିବା ସୂଚନା ଅନୁଯାୟୀ, ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ପ୍ରତି ରାଜ୍ୟରୁ ତଥ୍ୟ ସଂଗ୍ରହ କରି ଦେଶରେ କେତେ ଚାଷୀ ଆତ୍ମହତ୍ୟା କରୁଛନ୍ତି ତାହା ସାର୍ବଜନୀନ କରେ। ହେଲେ ୨୦୧୫ ପରଠାରୁ ସଂସ୍ଥା ପକ୍ଷରୁ ଚାଷୀ ଆତ୍ମହତ୍ୟା ସମ୍ପର୍କରେ କୌଣସି ତଥ୍ୟ ସାର୍ବଜନୀନ ହୋଇନାହିଁ। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ୱେବ୍‌ସାଇଟ୍‌ରେ ୨୦୧୫ ପରଠାରୁ ଚାଷୀ ଆତ୍ମହତ୍ୟା ସମ୍ପର୍କରେ କୌଣସି ତଥ୍ୟ ନାହିଁ। ରାଜ୍ୟ ସରକାରମାନେ ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋକୁ ଚାଷୀ ଆତ୍ମହତ୍ୟା ସମ୍ପର୍କରେ ତଥ୍ୟ ପଠାଇ ଥାଆନ୍ତି। ଏହାପରେ ସଂସ୍ଥା ପକ୍ଷରୁ ଏହାକୁ ସାର୍ବଜନୀନ କରାଯାଏ।”

୨୦୧୫ରେ ୮ ହଜାର ଚାଷୀ ଆତ୍ମହତ୍ୟା କରିଥିବା ତଥ୍ୟ ରହିଛି। ଅଧିକାଂଶ ଚାଷୀଙ୍କ ଆତ୍ମହତ୍ୟାର କାରଣ ଋଣ ବୋଝ ବୋଲି ଏଥିରେ କୁହାଯାଇଥିଲା। ସେହିପରି ଏହି ରିପୋର୍ଟରେ ୪୫୦୦ରୁ ଅଧିକ କୃଷି ଶ୍ରମିକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି।



from Odisha Reporter https://ift.tt/2SZ1w5i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages