ପ୍ରେମିକର ଵୀଭତ୍ସ କାଣ୍ଡ: ପ୍ରେମିକାକୁ ମାରି ଫିଙ୍ଗିଦେଲା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ପ୍ରେମିକର ଵୀଭତ୍ସ କାଣ୍ଡ: ପ୍ରେମିକାକୁ ମାରି ଫିଙ୍ଗିଦେଲା 

murder

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ମଳିପଡ଼ା ଜଙ୍ଗଲରୁ ଆଜି ଏକ ଯୁବତୀଙ୍କ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ଯୁବତୀ ଜଣଙ୍କୁ ଅତି ଵୀଭତ୍ସ ଭାବେ ହତ୍ୟା କରାଯାଇଛି। ତେବେ ଆଉ କେହି ନୁହେଁ, ଯୁବତୀଙ୍କ ପ୍ରେମିକ ଏହି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି। ପ୍ରେମିକ ଜଣଙ୍କ ଧୋକା ଦେବା ସହ ଯୁବତୀଙ୍କ ହତ୍ୟା କରିଥିବା ଆଲୋଚନା ହେଉଛି।

ପୁଲିସ୍‌ ଶବ ଜବତ କରିବା ପରେ ହତ୍ୟା ସନ୍ଦେହରେ ଜଣେ ଯୁବକକୁ ଗିରଫ କରିଛି। ଉକ୍ତ ଯୁବକ ଓ ମୃତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଜଣାପଡ଼ିଛି। କୌଣସି କାରଣରୁ ଉଭୟଙ୍କ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ି ଯାଇଥିଲା। ଯେଉଁ କାରଣରୁ ଯୁବକ ଜଣଙ୍କ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ଅନୁମାନ କରୁଛି।

ଯୁବତୀ ନିଖୋଜ ହେବା ପରେ ତାଙ୍କ ପରିବାର ଲୋକେ ଥାନାରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରିଥିଲେ। ଉଭୟ ସତ୍ୟବାଦୀ ଓ ଚନ୍ଦକା ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛନ୍ତି।



from Odisha Reporter https://ift.tt/2Crc6g3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages