ସାଂସ୍କୃତିକ ଐତିହ୍ୟସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପ୍ରତି କେନ୍ଦ୍ର ସରକାର ପ୍ରତିବଦ୍ଧ: ଡ. ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ସାଂସ୍କୃତିକ ଐତିହ୍ୟସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପ୍ରତି କେନ୍ଦ୍ର ସରକାର ପ୍ରତିବଦ୍ଧ: ଡ. ଶର୍ମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଣାର୍କ, ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ସାଂସ୍କୃତିକ ଐତିହ୍ୟସ୍ଥଳୀର ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି କେନ୍ଦ୍ର ସରକାର ପ୍ରତିବଦ୍ଧ। ଏହା ଦେଶ ତଥା ବିଶ୍ୱର ସାଂସ୍କୃତିକ ସମ୍ପଦ ହୋଇଥିବାରୁ ଏ ସବୁର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଡ. ମହେଶ ଶର୍ମା।

ଆଜି ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଐତିହାସିକ କୀର୍ତ୍ତିରାଜି ସମୂହର ସୁରକ୍ଷା ନେଇ ହୋଇଥିବା ସମୀକ୍ଷାରେ ଯୋଗଦେଇ ଡ. ମହେଶ ଶର୍ମା ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ, କୋଣାର୍କ ସୁରକ୍ଷା ସମିତି, ଇନ୍‌ଟାକ, ସ୍ଥାନୀୟ ଜନ ପ୍ରତିନିଧି, ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ପ୍ରମୁଖ ଭାଗୀଦାରମାନଙ୍କଠାରୁ ସୁଚିନ୍ତିତ ମତାମତ ଓ ପରାମର୍ଶ ନେଇଛନ୍ତି।

ଡ. ଶର୍ମା କହିଛନ୍ତି-“୨୦୧୫ ଜୁନ ଓ ୨୦୧୭ ଫେବୃଆରୀରେ ଏଣ୍ଡୋସ୍କୋପିକ୍ ଅନୁଧ୍ୟାନ ଓ ୨୦୧୭ ଫେବୃଆରୀରେ ଜିଓଟେକ୍ନିକାଲ୍‌ ଅନୁଧ୍ୟାନ ବିସ୍ତୃତ ଭାବେ କରାଯାଇ ଥ୍ରୀ-ଡି ଲେଜର ଫଟୋମାନ ମନ୍ଦିର ଉପର ଚୂଡ଼ା ତଥା ଅଁଳାବେଢ଼ାରୁ ନିମ୍ନ ଭାଗ ପର୍ଯ୍ୟନ୍ତ କରାଯାଇଛି। ଆଭ୍ୟନ୍ତରୀଣ ଜଗମୋହନରେ ଭର୍ତ୍ତି ହୋଇଥିବା ବାଲି ଅଳ୍ପ ଦବି ଯାଇଥିବାରୁ ଉପରିସ୍ଥ ଭାଗରେ କିଛିଟା ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ ଏହି ଶୂନ୍ୟସ୍ଥାନକୁ ପୁଣି ବାଲି ଦ୍ୱାରା ଭର୍ତ୍ତି କରିବାକୁ ସୁପାରିସ୍‌ କରିଛନ୍ତି। ଇତି ମଧ୍ୟରେ “ପୀଢ଼ା ଷ୍ଟୋନ ମ୍ୟାପିଂ” ମଧ୍ୟ ଶେଷ ହୋଇଛି। ଆବଶ୍ୟକସ୍ଥଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ ଯେ କୌଣସି ଆନ୍ତର୍ଜାତିକ ବିଶେଷଜ୍ଞ ସଂସ୍ଥାର ସହଯୋଗ ଓ ମତାମତ ଲୋଡିବାକୁ ସଙ୍କୋଚ ପ୍ରକାଶ କରିବ ନାହିଁ।”

ମହାବାତ୍ୟା ପରେ ସମୁଦ୍ରକୁ ଲାଗି କୋଣାର୍କ ଚତୁଃପାଶ୍ୱର୍ରେ ଥିବା ସୁଉଚ୍ଚ ଝାଉଁ ଜଙ୍ଗଲ ନଷ୍ଟ ହୋଇଯିବା ପରେ କୋଣାର୍କ ମନ୍ଦିରକୁ ସିଧାସଳଖ ଲୁଣି ପବନ ମାଡ଼ ହେଉଛି। ଏହାଦ୍ୱାରା ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟର ଦ୍ରୁତ ଅବକ୍ଷୟ ଘଟୁଥିବା ଇନ୍‌ଟାକ ପକ୍ଷରୁ କୁହାଯାଇଛି। ତେଣୁ କାଜୁ ଜଙ୍ଗଲ ସୃଷ୍ଟି ବଦଳରେ ପୁଣି ଥରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବାର ଆବଶ୍ୟକତା ନେଇ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ ମାସକ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ଏହାପରେ କୋଣାର୍କ ଚତୁଃପାଶ୍ୱର୍ରେ ନୂତନ ଜଙ୍ଗଲ ସୃଷ୍ଟି କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଡ. ଶର୍ମା କହିଛନ୍ତି।

ସେ ଆହୁରି କହିଛନ୍ତି-“କେବଳ କୋଣାର୍କ ମନ୍ଦିର ନୁହେଁ ବରଂ ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ତଥା କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ଦିଗରେ ଆମ ମନ୍ତ୍ରଣାଳୟ ସମସ୍ତ ସୁଚିନ୍ତିତ ପରାମର୍ଶକୁ କାର୍ଯ୍ୟକାରୀ କରିବାରେ କୁଣ୍ଠାବୋଧ କରିବ ନାହିଁ।”

ବୈଠକରେ ଉପସ୍ଥିତ ଥିବା କେନ୍ଦ୍ର ସଂସ୍କୃତି ସଚିବ ଅରୁଣ ଗୋଏଲ କହିଛନ୍ତି-“କୋଣାର୍କ ଭଳି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀର ମୌଳିକ ଢ଼ାଂଚା ଯେପରି ଅବକ୍ଷୟ ନହେବ ଓ ସୁଦୃଢ଼ ରହିବ ସେ ଦିଗରେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏଥିରେ କୌଣସି ପକ୍ଷର ସନ୍ଦେହ ରହିବା ଉଚିତ ନୁହେଁ। ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ୧୫୭ ବର୍ଷର ଅନୁଭୂତିକୁ ନେଇ କାର୍ଯ୍ୟକରୁଛି। କେବଳ ଭାରତରେ ନୁହେଁ କାମ୍ବୋଡିଆ, ଲାଓସ, ମିଆଁମାର – ଏହିପରି ୨୦ଟି ଦେଶରେ ନିଜର ସମୃଦ୍ଧ ଅନୁଭୂତିକୁ ବାଣ୍ଟି ବିଶ୍ୱ ଐତିହ୍ୟସ୍ଥଳୀ ଗୁଡ଼ିକର ସୁରକ୍ଷା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଆସୁଛି।”



from Odisha Reporter https://ift.tt/2C0Plzt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages