୩ ଦଳରେ ସମାନ ସ୍ଥିତି: ବିଦ୍ରୋହୀ ବଢ଼ାଉଛନ୍ତି ମୁଣ୍ଡବ୍ୟଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

୩ ଦଳରେ ସମାନ ସ୍ଥିତି: ବିଦ୍ରୋହୀ ବଢ଼ାଉଛନ୍ତି ମୁଣ୍ଡବ୍ୟଥା

ରାଜନୀତିକ ବିଶ୍ଲେଷକଙ୍କ ମତରେ ଦାମ,ବୈଜୟନ୍ତ,ଦିଲ୍ଲୀପ ଓ ବିଜୟ- ସମସ୍ତେ ହେଉଛନ୍ତି ବିଜୁ ପରିବାରର ସଦସ୍ୟ। ବିଜୁ ପଟ୍ଟନାୟକଙ୍କ ଖାସ୍ ଅନୁଗତ ଭାବେ ଏମାନେ ସମସ୍ତେ କାମ କରିଛନ୍ତି। ଅବଶ୍ୟ ଶ୍ରୀକାନ୍ତ ବିଜୁଙ୍କ ହାତଗଢ଼ା ନେତା ହୋଇ ସୁଦ୍ଧା ତାଙ୍କ ସହ ‘ବିଶ୍ୱାସଘାତକତା’ କରିଥିବା ଅଭିଯୋଗ ଦୃଷ୍ଟିରୁ ସେ ଏହି ବିଜୁ ଅନୁଗତ ଗୋଷ୍ଠୀ ପାଇଁ ଗ୍ରହଣୀୟ ହେବା କଷ୍ଟକର। ତେବେ ନିଜ ନିଜ ଦଳର କାର୍ଯ୍ୟଶୈଳୀ ଉପରେ ସ୍ୱାଧୀନ ମତ ରଖି ଏହି ନେତାମାନେ ଏବେ ଦଳୀୟ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ନେତାମାନେ ସେମାନଙ୍କ ମୂଳ ଦଳର ମୁଣ୍ଡବ୍ୟଥା ବଢ଼ାଉଥିବାବେଳେ ସାଧାରଣରେ କେତେବେଳେ ହିରୋ ଆଉ କେତେବେଳେ ବିଭୀଷଣ ଭାବେ ଚିତ୍ରିତ ହେଉଛନ୍ତି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେ ଏଭଳି ଏକ ସମାନ ଅବସ୍ଥା ଦେଇ ଗତି କରୁଛନ୍ତି ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦଳର ନେତୃତ୍ୱଙ୍କ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠାଇ ଦଳ ପରିତ୍ୟାଗ କରିଥିବା ନେତାମାନେ ଏବେ ନିଜ ଦମରେ ରାଜ୍ୟ ରାଜନୀତିକୁ ଗତିଶୀଳ କରାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ଏହି ସମସ୍ତ ନେତା ଏକଦା ବିଜୁ ପରିବାରର ପାୱାରଫୁଲ୍ ସଦସ୍ୟ ଭାବେ ପରିଗଣିତ ହେଉଥିଲେ ମଧ୍ୟ ଏବେ ଭିନ୍ନ ଭିନ୍ନ ଦଳ ପାଇଁ ଆଗାମୀ ନିର୍ବାଚନରେ ଚ୍ୟାଲେଞ୍ଜ ହେବାକୁ ଯାଉଛନ୍ତି।

ବିଜେଡିରୁ ଡାକ୍ତର ଦାମୋଦର ରାଉତଙ୍କ ବହିଷ୍କାର ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା, ବିଜେପିରୁ ବିଧାୟକ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଇସ୍ତଫା ଏବଂ କଂଗ୍ରେସର ରାଜ୍ୟ ନେତୃତ୍ୱଙ୍କ ବିରୁଦ୍ଧରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବିଷୋଦଗାର ଏବେ ଏହି ୩ ପ୍ରମୁଖ ଦଳର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରି ରଖିଛି। ଦାମ-ବୈଜୟନ୍ତ, ଦିଲ୍ଲୀପ-ବିଜୟ ଏବେ ସେମାନଙ୍କ ମୂଳ ଦଳ ଓ ଦଳପତିଙ୍କ ବିରୁଦ୍ଧରେ ସ୍ୱରକୁ ଶାଣିତ କରିଥିବାବେଳେ ଶ୍ରୀକାନ୍ତ ନିଜ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଖଣି ଦୁର୍ନୀତି ସହ ଯୋଡ଼ି କଂଗ୍ରେସକୁ ଏବେ ବିଜେଡିର ବି-ଟିମ୍ କରିବା ନିମନ୍ତେ ଚକ୍ରାନ୍ତ ଚାଲିଥିବା ଅଭିଯୋଗ କରିଛନ୍ତି।

ତେବେ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛିମାସ ଧରି ଶ୍ରୀକାନ୍ତଙ୍କ ସଂକୀର୍ଣ୍ଣମନା ଆଭିମୁଖ୍ୟ ଓ ଅସ୍ଥିରତା ସୃଷ୍ଟି ଉଦ୍ୟମ ଯୋଗୁ ତାଙ୍କ ବିରୁଦ୍ଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ରହିଛି। ଗତ ଜୁନ୍ ମାସରେ ଖଣି ଦୁର୍ନୀତି ଓ ଓବିସି ବର୍ଗର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନିମନ୍ତେ ମତ ଦେଇ ନିରଞ୍ଜନଙ୍କୁ ପରୋକ୍ଷରେ ଆକ୍ଷେପ କରି ଶ୍ରୀକାନ୍ତ ଚର୍ଚ୍ଚାରେ ରହିଥିଲେ। ଅବଶ୍ୟ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ହସ୍ତକ୍ଷେପ ଓ କଡ଼ା ତାଗିଦ୍ ପରେ ଶ୍ରୀକାନ୍ତ ଚୁପ୍ ରହିଥିଲେ। ମାତ୍ର ଏବେ ପୁଣିଥରେ ସମାନ ପ୍ରସଙ୍ଗ ଉଠାଇ ନିରଞ୍ଜନଙ୍କୁ ଟାର୍ଗେଟ୍ କରିବାରୁ ତାଙ୍କୁ ଅଚାନକ ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା। ଯାହାକୁ ବିରୋଧ କରି ଶ୍ରୀକାନ୍ତ କଂଗ୍ରେସର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି।

ତେବେ ଶ୍ରୀକାନ୍ତଙ୍କୁ ଦଳରୁ ନିଲମ୍ବନ କରିବା ନିମନ୍ତେ ନିରଞ୍ଜନଙ୍କ ଗୋଷ୍ଠୀ ସକ୍ରିୟ ହୋଇପଡ଼ିଥିବାବେଳେ ନିଜର ସ୍ଥିତି ସୁରକ୍ଷିତ ରଖିବାକୁ ଶ୍ରୀକାନ୍ତ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଜିତେନ୍ଦ୍ର ସିଂହ-ନିରଞ୍ଜନ ପଟ୍ଟନାୟକ ଯୋଡ଼ିକୁ ସାଂଗଠନିକ କାମ କରିବା ପାଇଁ ପୁରା ସୁଯୋଗ ଦେବାକୁ ରାହୁଲ ଚାହୁଁଥିବାରୁ ଶ୍ରୀକାନ୍ତଙ୍କ ଉପରେ ଦଳୀୟ ଶୃଙ୍ଖଳାର ଛାଟ ଯେକୌଣସି ସମୟରେ ପଡ଼ିବାର ଆଶଙ୍କା ରହିଛି। ଶ୍ରୀକାନ୍ତ ଦଳରୁ ନିଲମ୍ବିତ ହେଲେ ରାଜ୍ୟ କଂଗ୍ରେସ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ କି ନାହିଁ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ଦାମ,ବୈଜୟନ୍ତ,ଦିଲ୍ଲୀପ ଓ ବିଜୟ- ସମସ୍ତେ ହେଉଛନ୍ତି ବିଜୁ ପରିବାରର ସଦସ୍ୟ। ବିଜୁ ପଟ୍ଟନାୟକଙ୍କ ଖାସ୍ ଅନୁଗତ ଭାବେ ଏମାନେ ସମସ୍ତେ କାମ କରିଛନ୍ତି। ଅବଶ୍ୟ ଶ୍ରୀକାନ୍ତ ବିଜୁଙ୍କ ହାତଗଢ଼ା ନେତା ହୋଇ ସୁଦ୍ଧା ତାଙ୍କ ସହ ‘ବିଶ୍ୱାସଘାତକତା’ କରିଥିବା ଅଭିଯୋଗ ଦୃଷ୍ଟିରୁ ସେ ଏହି ବିଜୁ ଅନୁଗତ ଗୋଷ୍ଠୀ ପାଇଁ ଗ୍ରହଣୀୟ ହେବା କଷ୍ଟକର। ତେବେ ନିଜ ନିଜ ଦଳର କାର୍ଯ୍ୟଶୈଳୀ ଉପରେ ସ୍ୱାଧୀନ ମତ ରଖି ଏହି ନେତାମାନେ ଏବେ ଦଳୀୟ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ନେତାମାନେ ସେମାନଙ୍କ ମୂଳ ଦଳର ମୁଣ୍ଡବ୍ୟଥା ବଢ଼ାଉଥିବାବେଳେ ସାଧାରଣରେ କେତେବେଳେ ହିରୋ ଆଉ କେତେବେଳେ ବିଭୀଷଣ ଭାବେ ଚିତ୍ରିତ ହେଉଛନ୍ତି।

ଦାମ ଏବେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିବାବେଳେ କଂଗ୍ରେସ ପାଇଁ ବରଦାନ ସଦୃଶ ଉଭା ହୋଇଛନ୍ତି। ସେହିପରି ବୈଜୟନ୍ତଙ୍କ ଅଣରାଜନୀତିକ ଗତିବିଧି ଏବେ ବିଜେଡିକୁ ଅଡ଼ୁଆରେ ପକାଇଛି। ଦିଲ୍ଲୀପ ଓ ବିଜୟଙ୍କ ନିଷ୍ପତ୍ତି ବିଜେପିକୁ ଅଡ଼ୁଆରେ ପକାଇଛି। ନିର୍ବାଚନୀ ବର୍ଷରେ ଏହି ୩ ପ୍ରମୁଖ ଦଳ ନିଜର ସଂଗଠନକୁ ସଜାଡ଼ିବା ପାଇଁ ଯେଭଳି ପ୍ରୟାସ କରୁଛନ୍ତି ତାହା ପରୋକ୍ଷରେ ସମ୍ପୃକ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାମାନଙ୍କ ସ୍ୱାଧୀନ ମତ ଆଗରେ ଫିକା ପଡ଼ିବାରେ ଲାଗିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2RTWcjP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages