ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାଜ୍ୟପାଳଙ୍କ ନିଷ୍ପତ୍ତି କାଏମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାଜ୍ୟପାଳଙ୍କ ନିଷ୍ପତ୍ତି କାଏମ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭାକୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅପ୍ରତ୍ୟାଶିତ ଭାବେ ଭଙ୍ଗ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ସୁପ୍ରିମକୋର୍ଟରେ କାଏମ ରହିଛି। ଜମ୍ମୁ-କଶ୍ମୀରରେ ୨ଟି ରାଜନୀତିକ ଦଳ ସରକାର ଗଠନ କରିବାକୁ ଆଗେଇ ଆସିବା ସମୟରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଥିଲେ। ତେବେ ଏହା ବିରୋଧରେ ପୂର୍ବତନ ବିଜେପି ବିଧାୟକ ଗଗନ ଭଗତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ଶ୍ରୀ ଭଗତଙ୍କ ଆବେଦନରେ ବିଚାର ପାଇଁ କୌଣସି ମେରିଟ୍‌ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ସହ ଏହାକୁ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଏସ୍‌କେ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ଆମେ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଦିଆଯାଇଥିବା ଅଫରକୁ ଗ୍ରହଣ କରିପାରିବୁ ନାହିଁ।”

ଶ୍ରୀ ଭଗତଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଇନ୍‌ଜୀବୀ ଜଇଦୀପ ଗୁପ୍ତା କହିଥିଲେ,“ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ପାଖରେ ଦୁଇଟି ଚିଠି ପହଞ୍ଚିଥିଲା। ହେଲେ ସେ ବିଧାନସଭା ଭାଙ୍ଗି ଦେଇଥିଲେ। ତେଣୁ ଏହା ଗ୍ରହଣୀୟ ନୁହେଁ।”

ପିଡିପି, ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ ପ୍ରଥମେ ରାଜ୍ୟପାଳଙ୍କୁ ଚିଠି ଦେଇଥିଲେ। ଏହାପରେ ପିପୁଲ୍ସ କନଫରେନ୍ସର ସଜ୍ଜଦ ଲୋନ ମଧ୍ୟ ସରକାର ଗଠନ କରିବାକୁ ତାଙ୍କ ପାଖରେ ଆବଶ୍ୟକ ଆସନ ରହିଛି ବୋଲି ଦାବି କରି ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ହେଲେ ରାଜ୍ୟପାଳ ନଭେମ୍ବର ୨୨ରେ ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ କରିଥିଲେ।



from Odisha Reporter https://ift.tt/2Enn2xq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages