ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆକୁ ମାଗଣାରେ ଚାଉଳ ଦେଉଥିଲା ଯୋଗାଣ ବିଭାଗ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆକୁ ମାଗଣାରେ ଚାଉଳ ଦେଉଥିଲା ଯୋଗାଣ ବିଭାଗ!

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସରସ୍ୱତୀପୁରରେ ଥିବା ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆକୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚାଉଳ ମାଗଣାରେ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ୮୮ ଜଣ ପିଲାଙ୍କ ପାଇଁ ୭୪୮ କିଲୋ ଚାଉଳ ଯୋଗାଇ ଦିଆଯାଉଥିଲା।

ଯୋଗାଣ ବିଭାଗର ୱେଲ୍‌ଫେୟାର ଇନ୍‌ଷ୍ଟିଚ୍ୟୁସନ୍‌ ରିପୋର୍ଟରେ ଚାଉଳ ଯୋଗାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ ଏକଥାକୁ ବାଲେଶ୍ୱର ଜିଲ୍ଲା ଯୋଗାଣ ଅଧିକାରୀ ଖଣ୍ଡନ କରିଛନ୍ତି। ଦସ୍ତାବିଜ୍‌ରୁ ଚାଉଳ ଦିଆଯିବା ନେଇ ସ୍ପଷ୍ଟ ପ୍ରମାଣ ଥିବା ସତ୍ତ୍ୱେ ଜିଲ୍ଲା ଯୋଗାଣ ଅଧିକାରୀ ଏହାକୁ କାହିଁକି ମାନୁନାହାନ୍ତି, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ନୁହେଁ, ଅନ୍ୟ ୭ଟି ସଂସ୍ଥାକୁ ଚାଉଳ ଯୋଗାଇ ଦିଆଯାଉଥିବା ଏଥିରେ ଉଲ୍ଲେଖ ରହିଛି।

ସେପଟେ ପୁରୀ ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଶାଖା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରଶାସନ। ବେଆଇନ୍‌ ଭାବେ ଚାଲିଥିବା ଏହି ହଷ୍ଟେଲକୁ ଖାଲି କରାଯାଇଛି। ସିଡବ୍ଲ୍ୟୁସିଙ୍କ ଉପସ୍ଥିତିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ଅଭଭାବକଙ୍କୁ ହସ୍ତାନ୍ତର କରାଯାଇଛି।



from Odisha Reporter https://ift.tt/2QewwkW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages