ପିଓକେ ମନ୍ତ୍ରୀ ବସିବାରୁ ସାର୍କ ବୈଠକ ମଝିରୁ ଉଠି ଆସିଲେ ଭାରତୀୟ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ପିଓକେ ମନ୍ତ୍ରୀ ବସିବାରୁ ସାର୍କ ବୈଠକ ମଝିରୁ ଉଠି ଆସିଲେ ଭାରତୀୟ ଅଧିକାରୀ

ଇସ୍‌ଲାମାବାଦ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ଜଣେ ମନ୍ତ୍ରୀ ସାର୍କ ବୈଠକରେ ଯୋଗଦେବାରୁ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ କମିଶନର ବରିଷ୍ଠ ଅଧିକାରୀ ସେଠାରୁ ଉଠି ଚାଲି ଆସିଛନ୍ତି। ସାର୍କ ବୈଠକ ଇସଲାମାବାଦରେ ଅନୁଷ୍ଠିତ ହେଉଥିଲା।

ରବିବାର ‘ସାର୍କ କ୍ୟାରେକ୍ଟର ଡେ’ ପାଇଁ ସାର୍କ ଚ୍ୟାମ୍ବରସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ବୈଠକ ବସିଥିଲା। ଏଥିରେ ଭାରତ ପକ୍ଷରୁ କୂଟନୀତିଜ୍ଞ ଶୁଭମ ସିଂହ ଯୋଗ ଦେଇଥିଲେ। ତେବେ ପିଓକେ ପକ୍ଷରୁ ଚୌଧୁରୀ ମହମ୍ମଦ ସୟିଦ ଏଠାକୁ ଆସିବାରୁ ସେ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରିଥିଲେ। ଭାରତ ପାଖରେ କଶ୍ମୀର ଥିବାରୁ ପିଓକେକୁ ଦେଶ ପାକିସ୍ତାନର ବୋଲି ମାନୁନାହିଁ।

ତେଣୁ ସେଠାରୁ ଜଣେ ମନ୍ତ୍ରୀ ଯୋଗଦେଇଥିବାରୁ ଭାରତ ଏହାକୁ ବିରୋଧ କରୁଛି। ଭାରତ ୨୦୧୬ରେ ସାର୍କ ବୈଠକକୁ ବର୍ଜନ କରିବାରୁ ଏହା ସ୍ଥଗିତ ରହିଥିଲା। ସେହିପରି ଆସନ୍ତାବର୍ଷ ହେବାକୁ ଥିବା ସାର୍କ ବୈଠକ ମଧ୍ୟ ପାକିସ୍ତାନରେ ଅଛି। ତେଣୁ ଏଥିରେ ମଧ୍ୟ ଭାରତ ଯୋଗଦେବାରୁ ଆଶା କ୍ଷୀଣ।



from Odisha Reporter https://ift.tt/2zUujRv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages