ହରମନ୍‌ପ୍ରୀତ ଆଇସିସି ଟି-୨୦ ଦଳର ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ହରମନ୍‌ପ୍ରୀତ ଆଇସିସି ଟି-୨୦ ଦଳର ଅଧିନାୟକ

ଦୁବାଇ: ଚଳିତ ବର୍ଷ ଆଇସିସି ଟି-୨୦ ମହିଳା ଦଳର ଅଧିନାୟକ ଭାବେ ଭାରତର ହରମନପ୍ରୀତ କୌରଙ୍କୁ ନିଯୁକ୍ତି ମିଳିଛି। ଏଥିସହ ଏହି ବିଶ୍ୱ ଟି-୨୦ ଦଳରେ ଭାରତର ଓପନ୍‌ର ସ୍ମୃତି ମନ୍ଧାନା ଓ ପୁନମ ଯାଦବଙ୍କୁ ମଧ୍ୟ ଆଇସିସି ସ୍ଥାନ ଦେଇଛି। ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ପ୍ରତିବର୍ଷ ଆଇସିସି ଏଭଳି ଟିମ୍‌ ଘୋଷଣା କରେ।

ଆଇସିସିର ଦିନିକିଆ ଦଳର ଅଧିନାୟକ ଭାବେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ଙ୍କୁ ମନୋନୀତ କରିଛି। ଆଇସିସିର ଭୋଟିଂ ଏକାଡେମୀ ପକ୍ଷରୁ ଏଭଳି ଖେଳାଳି ଚୟନ କରାଯାଇଛି। ଏହି ଏକାଡେମୀରେ ବହୁ ପୂର୍ବତନ ଖେଳାଳି ଏବଂ ବିଶେଷଜ୍ଞ ରହିଛନ୍ତି।

ହରମନ୍‌ପ୍ରୀତଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଠାରେ ଅନୁଷ୍ଠିତ ମହିଳା ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ ୧୮୩ ରନ୍‌ କରିଥିଲେ। ସେହିପରି ଚଳିତ ବର୍ଷ ହରମନପ୍ରୀତ ୨୫ଟି ମ୍ୟାଚ୍‌ରେ ୬୬୩ ରନ୍‌ କରିଛନ୍ତି। ଏହି ଆଇସିସି ଦଳରେ ୫ଟି ଦେଶର ଖେଳାଳିଙ୍କୁ ସାମିଲ କରାଯାଇଛି। ଟି-୨୦ର ବିଶ୍ୱବିଜେତା ଅଷ୍ଟ୍ରେଲିଆର ୪ ଜଣ ଖେଳାଳି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ୨ ଜଣ, ବାଂଲାଦେଶର ଓ ଇଂଲଣ୍ଡର ଜଣେ ଲେଖାଏ ଖେଳାଳି ରହିଛନ୍ତି।

ସେହିପରି ଦିନିକିଆ ଭାରତରୁ ମନ୍ଧାନା ଓ ପୁନମ ଯାଦବ ରହିଛନ୍ତି। ଏମାନଙ୍କ ବ୍ୟତୀତ ଇଂଲଣ୍ଡ,ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡର ଦୁଇ ଜଣ ଲେଖାଏ ଖେଳାଳିଙ୍କୁ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ରୁ ଜଣେ ଲେଖାଏ ଖେଳାଳିଙ୍କୁ ଟି-୨୦ ଦଳରେ ରହିଛନ୍ତି।



from Odisha Reporter http://bit.ly/2Rr2YAi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages