ଫିଲ୍ମରେ ଅଭିନୟ କରିଥିଲେ ଯୁବରାଜ, ଜାଣନ୍ତୁ କ’ଣ ଥିଲା ଡାଇଲଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଫିଲ୍ମରେ ଅଭିନୟ କରିଥିଲେ ଯୁବରାଜ, ଜାଣନ୍ତୁ କ’ଣ ଥିଲା ଡାଇଲଗ୍‌

(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌କୁ ଆସିବା ପୂର୍ବରୁ ମଧ୍ୟ ଚର୍ଚ୍ଚିତ ଥିଲେ ଯୁବରାଜ। ନିଜ ଖେଳ ପାଇଁ ନୁହେଁ ବରଂ ଅଭିନୟ ପାଇଁ। ସେ ଦୁଇଟି ପଞ୍ଜାବୀ ଫିଲ୍ମରେ କାମ କରିଥିଲେ। ୧୯୯୨ ମସିହାରେ ନିର୍ମତ ପୁଟ୍ଟ୍‌ ସର୍ଦ୍ଦାରନ୍‌ ଦୀ ଏବଂ ମେହନ୍ଦୀ ସଙ୍ଗନା ଦୀରେ ସେ ଅଭିନୟ କରିଥିଲେ। ୨୦୧୧ ବିଶ୍ୱକପ୍‌ରେ ଭାରତ ବିଜୟର ପ୍ରମୁଖ ନାୟକ ଯୁବରାଜଙ୍କର ଆଜି ଜନ୍ମଦିନ ଅବସରରେ ଆମେ ସେହି ଫିଲ୍ମ ବାବଦରେ ମନେପକାଇବୁ।

ସେ ଏହି ଫିଲ୍ମରେ ଏକ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିବାର ଦୃଶ୍ୟ ରହିଛି। ସେ ସ୍କୁଲ୍‌ ୟୁନିଫର୍ମ ପିନ୍ଧି ଦୌଡ଼ୁଛନ୍ତି ଏବଂ ବିଜେତା ମଧ୍ୟ ହେଉଛନ୍ତି। କିନ୍ତୁ ଅଭିନୟରେ ବିଜେତା ଯୁବରାଜ ଏକା ଦୌଡ଼ୁନଥିଲେ ତାଙ୍କ ସହିତ ନିଜ ସାଙ୍ଗର ଡେଣା ଧରି ମଧ୍ୟ ଦୌଡ଼ାଉଥିଲେ।

ଏହା ନିୟମ ବହିର୍ଭୁତ ହୋଇଥିବାରୁ ସେ ଏପରି କାହିଁକି କଲେ ବୋଲି ଶିକ୍ଷକ ପଚାରନ୍ତତି ତ ସେ କହିଥିଲେ, “ଆମେ ଦୁହେଁ ପ୍ରତିଜ୍ଞା କରିଛୁ ଜିତିବୁ ତ ଏକାଠି ଏବଂ ହାରିବୁ ମଧ୍ୟ ଏକାଠି।” ଏହା ଶୁଣି ଶିକ୍ଷକ ତାଙ୍କୁ ସାବାସି ଦେଉଛନ୍ତି।

କିନ୍ତୁ ଯୁବରାଜ ପ୍ରକୃତ ବିଜେତା ହୋଇଥିବାରୁ ଶିକ୍ଷକ ତାଙ୍କୁ ସିଲ୍ଡ ଦେଇଥିଲେ ମଧ୍ୟ ଏହାପାଇଁ ତାଙ୍କ ସାଙ୍ଗ ମଧ୍ୟ ହକ୍‌ଦାର ବୋଲି ସେ ଦାବି କରୁଛନ୍ତି। ତାଙ୍କ କଥାକୁ ଟାଳି ନପାରି ଶିକ୍ଷକ ଜଣକ ତାହା କରିବାକୁ ବାଧ୍ୟ ହେଉଛନ୍ତି। ଶେଷରେ ଦୁହେଁ ଗୋଟିଏ ଟ୍ରଫିକୁ ଧରି ପୋଡିୟମ୍‌ ଉପରେ ଛିଡ଼ାହୋଇ ଉତ୍ସବ ମନାଉଛନ୍ତି।

ଦେଖନ୍ତୁ ଏହି ଭିଡିଓ



from Odisha Reporter https://ift.tt/2Lb95mQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages