ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଜି ପିସିସି ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ ବୈଠକରେ ସଦସ୍ୟମାନେ ଶ୍ରୀକାନ୍ତଙ୍କ ବିଶୃଙ୍ଖଳା ପ୍ରସଙ୍ଗରେ ମତାମତ ଦେଇଥିଲେ। ତେବେ ଶ୍ରୀକାନ୍ତ ଏଆଇସିସି ସଦସ୍ୟ ହୋଇଥିବାରୁ ତାଙ୍କ ସଂପର୍କରେ ଏଆଇସିସି ନିଷ୍ପତ୍ତି ନେବ। ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ଶୃଙ୍ଖଳା କମିଟି ସୁପାରିସ କରିବାକୁ ନିଷ୍ପତ୍ତି ହୋଇଛି। ଦଳର ସାଧାରଣ କର୍ମୀଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ଅଧିକାଂଶ ଶ୍ରୀକାନ୍ତଙ୍କ କାର୍ଯ୍ୟଧାରାକୁ ନେଇ ବେଶ ଅସନ୍ତୁଷ୍ଟ ଥିବା ଉକ୍ତ ସୁପାରିସରେ ଉଲ୍ଲେଖ ରହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀକାନ୍ତଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ବିଶୃଙ୍ଖଳା ସୃଷ୍ଟି କରିବାରୁ ତାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ଦିଆଗଲା ବୋଲି ହେମାନନ୍ଦ ପୂର୍ବରୁ ଶ୍ରୀକାନ୍ତଙ୍କୁ ଚେତାଇ ଦେଇଥିଲେ। ଶ୍ରୀକାନ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଦଳରୁ ନିଲମ୍ବିତ ଓ ଆବଶ୍ୟକ ପଡ଼ିଲେ ବହିଷ୍କାର କରାଯାଇ ପାରେ ବୋଲି ସେ ଚେତାଇ ଦେଇଥିଲେ।

ଅବଶ୍ୟ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦେବା ଘଟଣାରେ ଶ୍ରୀକାନ୍ତଙ୍କ ହାତଥିବା ଜଣାପଡ଼ିଗଲା ପରେ ଶୃଙ୍ଖଳା କମିଟିର ରିପୋର୍ଟ ଭିତ୍ତିରେ ତାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟେଇ ଦିଆଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ଶ୍ରୀକାନ୍ତଙ୍କୁ ଅତିଷ୍ଠ କରିଥିଲା । ତା’ପରେ ସାମ୍ବାଦିକ ସମ୍ମିଳନୀ କରି ଦଳର କାର୍ଯ୍ୟଧାରାକୁ ସେ ସମାଲୋଚନା କରିଥିଲେ। ଦଳ ପ୍ରଭାରୀ ଜିତେନ୍ଦ୍ର ସିଂହ ତାଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ତାଙ୍କର ଏହି ଦଳ ବିରୋଧୀ କାର୍ଯ୍ୟ ଓ ଶୃଙ୍ଖଳା ଭଙ୍ଗ ପାଇଁ ଶୃଙ୍ଖଳା କମିଟିକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2zTUmbC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages