ସେବାୟତଙ୍କ ପାଖରେ ସରକାର ଆତ୍ମସମର୍ପଣ କରିଛନ୍ତି : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ସେବାୟତଙ୍କ ପାଖରେ ସରକାର ଆତ୍ମସମର୍ପଣ କରିଛନ୍ତି : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତଙ୍କ ପାଖରେ ସରକାର ଆତ୍ମସମର୍ପଣ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ପିସିସି ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ଦଳୀୟ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ସେବାୟତ ଏବଂ ପୋଲିସ ବିବାଦକୁ ଆଧାର କରି ସେବାୟତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ୧୨ ଘଣ୍ଟା ଖାଡ଼ା ଊପାସ ରଖିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ଶ୍ରୀମନ୍ଦିର ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି। କାରଣ, ଦେଶବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହିତ ଖେଳିବା ଅତ୍ୟନ୍ତ ନିନ୍ଦନୀୟ।

ଶ୍ରୀମନ୍ଦିର ପ୍ରଶାସନର ସମୟୋପଯୋଗୀ ପଦକ୍ଷେପର ଅଭାବ ଯୋଗୁଁ ଇତିହାସରେ ଯାହା ହୋଇନଥିଲା ତାହା ଗତକାଲି ଘଟିଲା। ସେବାୟତମାନଙ୍କ ବିରୋଧରେ କହିବା କଂଗ୍ରେସର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ସରକାର ନିଜର ସଫଳତା ପାଇଁ ବାହାବା ନେଉଥିବାବେଳେ ତ୍ରୁଟି ପରିଚାଳନା ପାଇଁ ଉତ୍ତରଦାୟିତ୍ୱ ବହନ କରୁନାହାନ୍ତି କାହିଁକି ବୋଲି ଦଳ ପ୍ରଶ୍ନ କରିଛି। ଏପରିକି ସୁପ୍ରିମକୋର୍ଟଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା, ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ପରାମର୍ଶ ନେବାକୁ ରାଜ୍ୟ ସରକାର ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଗତ ଦିନରେ ଦାରୁ ଚୟନ ଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ ପର୍ଯ୍ୟନ୍ତ ସମସ୍ତ ଘଟଣାରେ ରାଜ୍ୟ ସରକାରଙ୍କ ସଂପୃକ୍ତି ରହିଛି। ମହାପ୍ରଭୁଙ୍କୁ ନେଇ ସରକାର ମଧ୍ୟ ବେପାର କରିବାରେ ପଛରେ ନାହାନ୍ତି। ଏପରିକି ସେବାୟତମାନଙ୍କ ଆଗରେ ସରକାର ଏକ ପ୍ରକାରର ଆତ୍ମସମର୍ପଣ କରି ଦେଇଛନ୍ତି। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ରାଜ୍ୟ ସରକାରଙ୍କୁ କଂଗ୍ରେସ ଚେତାବନୀ ଦେଇଛି।



from Odisha Reporter http://bit.ly/2SqFmZT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages