ହାତୀ ଚିନ୍ତା: ରେଳ ଧାରଣା କଡ଼ରେ ଲାଗିବ ମହୁମାଛି ଶବ୍ଦ କରୁଥିବା ମେସିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ହାତୀ ଚିନ୍ତା: ରେଳ ଧାରଣା କଡ଼ରେ ଲାଗିବ ମହୁମାଛି ଶବ୍ଦ କରୁଥିବା ମେସିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାତୀମୃତ୍ୟୁ କେମିତି ରୋକା ଯାଇପାରିବ? ସେଥିପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ହାତୀମୃତ୍ୟୁ ରୋକିବା ପାଇଁ ରେଳ ଧାରଣା କଡ଼ରେ ଲାଗିବ ମହୁମାଛିଙ୍କ ଭଳି ଶବ୍ଦ କରୁଥିବା ମେସିନ। ଟ୍ରେନ୍‌ ଆସିବା କ୍ଷଣି ସେହି ମେସିନ୍‌ରୁ ମହୁମାଛିଙ୍କ ଶବ୍ଦ ବାହାରିଲେ ହାତୀମାନେ ଆସିବେ ନାହିଁ। ଯାହାଫଳରେ ହାତୀ ମୃତ୍ୟୁ ରୋକାଯାଇପାରିବ। ଏଥିପାଇଁ ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ ଏକ ପାଇଲଟ୍‌ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବ। ଅତିରିକ୍ତ ପିସିସିଏଫ୍‌ ସୁଦର୍ଶନ ପଣ୍ଡା ଏନେଇ ସୂଚନା ଦେଇଛନ୍ତି।

ଦିନକୁ ଦିନ ରାଜ୍ୟରେ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ରେଳ ବିଭାଗ ଓ ବନ ବିଭାଗ ମୁହାଁମୁହିଁ ହେଉଛନ୍ତି। ଏପରିକି ଦୁଇ ବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ମାତ୍ର ହାତୀ ମୃତ୍ୟୁ ରୋକିବା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ଯାହାକୁ ନେଇ ପରିବେଶ୍‌ବିତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି।

ତେବେ ହାତୀ ମୃତ୍ୟୁ ରୋକିବା ପାଇଁ ସରକାର ଅଭିନବ ପନ୍ଥା ଗ୍ରହଣ କରିବାକୁ ଯାଉଛନ୍ତି। ଏଣିକି ରେଳ ଧାରଣା କଡ଼ରେ ଲାଗିବ ମହୁମାଛିଙ୍କ ଭଳି ଶବ୍ଦ କରୁଥିବା ମେସିନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମେସିନ ଲଗାଇବାର ସ୍ଥାନ ଚିହ୍ନଟ କରିବା ଦାୟିତ୍ୱ ଝାରସୁଗୁଡ଼ା, କେନ୍ଦୁଝର ଓ ଢେଙ୍କାନାଳ ଡିଏଫ୍‌ଓଙ୍କୁ ଦିଆଯାଇଛି।

ଆଜି ବସିଥିବା ବୈଠକରେ ରେଳ, ଶକ୍ତି ବିଭାଗ ଓ ବନ ବିଭାଗର କର୍ମକର୍ତ୍ତା ଯୋଗଦେଇଥିଲେ।



from Odisha Reporter https://ift.tt/2Pom4SM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages