ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ଆଙ୍ଗୁଠି କାଟିଲେ,ଏସିଡ୍‌ ମାଡ଼ କଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ଆଙ୍ଗୁଠି କାଟିଲେ,ଏସିଡ୍‌ ମାଡ଼ କଲେ !

ସୁନ୍ଦରଗଡ଼ (ବିଜୟ ବରୁଆ): ଦାଦନ ଯନ୍ତ୍ରଣା କମାଇବା ପାଇଁ ରାଜ୍ୟ ସରକାର କେତେ କ’ଣ ଯୋଜନା କରୁଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ ଦାଦନ ଦୁଃଖ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଗାଁରେ କାମ ମିଳୁନଥିବାରୁ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇ ନିର୍ଯାତନାରେ ଶିକାର ହୋଇଛନ୍ତି। ସେଠାରେ ସେମାନଙ୍କ ଆଙ୍ଗୁଠି କାଟି ଦିଆଯାଇଥିବା ବେଳେ ଏସିଡ୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ହେମଗିରି ଥାନା ଦୁରଦା ଗାଁର ୩ରୁ ୪ଟି ପରିବାରରୁ ୧୨ ଜଣ ବ୍ୟକ୍ତି ଆନ୍ଧ୍ରପ୍ରଦେଶର ବିଜୟନଗ୍ରମ୍‌ରେ ଏକ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେମାନେ କାମ କରିଥିଲେ। ଦୁଇ ମାସ ବିତି ଯାଇଥିଲେ ମଧ୍ୟ ମଜୁରି ଟଙ୍କା ମିଳିନଥିଲା। ମଜୁରି ମାଗିବାରୁ ଦାଦନଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା।

ତେବେ ନିର୍ଯାତନା ଅସହ୍ୟ ହେବାରୁ ଦୁଇ ଦିନ ତଳେ ଦାଦନମାନେ ସେଠାରୁ ପଳାଇ ଆସିବା ପାଇଁ ଉଦ୍ୟମ କରୁଥିଲେ। ଏ ସମ୍ପର୍କରେ ଇଟାଭାଟି ମାଲିକ ଜାଣିପାରି ୧୨ ଜଣଙ୍କ ଭିତରୁ ୭ ଜଣଙ୍କୁ କାବୁ କରିନେଇଥିଲେ। ସେମାନଙ୍କୁ ମାଡ଼ ମାରିବା ସହିତ ଜଣଙ୍କ ହାତ ଆଙ୍ଗୁଠି କାଟି ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଅନ୍ୟ ଶ୍ରମିକଙ୍କ ଉପରେ ଏସିଡ୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଇଟାଭାଟି ମାଲିକଙ୍କ କବ୍‌ଜାରେ ଥିବା ୭ ଜଣ ଦାଦନ ହେଲେ ଜୟଦେବ ଚନ୍ଦନିଆ, ସୁବାସ ନାୟକ, ସାନ୍ତ ବାରିକ, ଗିରିଜା ବାରିକ, ମସଲା ବାରିକ, ଅନ୍ତ ବାରିକ ଓ ଭୂମି ଚନ୍ଦନିଆ। ତେବେ ଇଟାଭାଟି ମାଲିକଙ୍କ କବଳରୁ ମୁକୁଳି ଆସିଥିବା ୫ ଜଣ ଶ୍ରମିକ ଏବେ ଗାଁରେ ପହଞ୍ଚି ସେମାନଙ୍କ ଦୁଃଖର କାହାଣୀ ବଖାଣିଛନ୍ତି।

ଅଭିଯୋଗରୁ ପ୍ରକାଶ, ଦାଦନମାନଙ୍କୁ ଜଣେ ଦଲାଲ୍‌ ନେଇ ବିଜୟନଗ୍ରମ ଯାଇଥିଲେ। ସେ ସେଠାରେ ଜଣେ ଇଟାଭାଟି ମାଲିକଙ୍କ ପାଖରେ ଏମାନଙ୍କୁ ଛାଡ଼ି ଜଣକା ୨୦,୦୦୦ ଟଙ୍କା ଲେଖାଏ ଆଣିଥିଲେ। ଏନେଖ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ସରଜମିନ ତଦନ୍ତ ପାଇଁ ଶ୍ରମ ଅଧିକାରୀଙ୍କ ତତ୍ତ୍ୱବଧାନରେ ଏକ ଟିମ୍‌ ଆନ୍ଧ୍ର ଯିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2QWbB5V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages