ବିରାଟ୍‌ଙ୍କୁ ଆଉଟ୍‌ କରିବାକୁ ‘ସୁପରମ୍ୟାନ୍‌’ ବନିଲେ ଖ୍ୱାଜା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ବିରାଟ୍‌ଙ୍କୁ ଆଉଟ୍‌ କରିବାକୁ ‘ସୁପରମ୍ୟାନ୍‌’ ବନିଲେ ଖ୍ୱାଜା, ଦେଖନ୍ତୁ ଭିଡିଓ

ଏଡିଲେଡ୍‌: ଆଜିଠାରୁ ଆରମ୍ଭ ହୋଇଥିବା ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ପ୍ରଥମ ସେସନ୍‌ ବୋଲରଙ୍କ ସପକ୍ଷରେ ଯାଇଥିଲା। ଭାରତର ୪ ଜଣ ଟପ୍‌ ଅର୍ଡର ବ୍ୟାଟସ୍‌ମ୍ୟାନ୍‌ଙ୍କୁ ଅଷ୍ଟ୍ରେଲିଆର ବୋଲରମାନେ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ।

ଏହି ୪ ଜଣ ବ୍ୟାଟସ୍‌ମ୍ୟାନଙ୍କ ମଧ୍ୟରେ ଥିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲି। ତେବେ ବିରାଟ୍‌ଙ୍କୁ ଆଉଟ୍‌ କରିବାକୁ ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଉସମାନ୍‌ ଖ୍ୱାଜା କିଛି ସମୟ ପାଇଁ ସୁପରମ୍ୟାନ୍‌ ବନି ଯାଇଥିବା ନେଇ ଚର୍ଚ୍ଚା। ସେ ଶୂନ୍ୟରେ ଉଡ଼ି ବିରାଟ୍‌ଙ୍କ ଏକ କ୍ୟାଚ୍‌କୁ ଧରିନେଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ମ୍ୟାଚ୍‌ର ୧୧ତମ ଓଭର୍‌ରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍‌ ପ୍ୟାଟ୍‌ କୁମିନ୍ସ ବୋଲିଂ କରିବାକୁ ଆସିଥିଲେ। ଏହି ସମୟରେ ବିରାଟ୍‌ ୩ ରନ୍‌ କରି ତାଙ୍କ ବଲ୍‌କୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଥିଲେ। ତେବେ ବଲ୍‌ଟି ବିରାଟ୍‌ଙ୍କ ବ୍ୟାଟ୍‌ର ଧାରରେ ବାଜି ଗଲି ଅଞ୍ଚଳକୁ ଚାଲିଯାଇଥିଲା। ଏହି ସମୟରେ ଗଲିରେ ଫିଲ୍ଡିଂ କରିଥିବା ଖ୍ୱାଜା ଶୂନ୍ୟରେ ନିଜର ବାମ ପଟକୁ ଡିଆଁ ମାରି ଗୋଟିଏ ହାତରେ କ୍ୟାଚ୍‌ ଧରି ନେଇଥିଲେ।

କିଛି ସମୟ ପାଇଁ ବିରାଟ୍‌ଙ୍କ ସମେତ ଅଷ୍ଟ୍ରେଲିଆର ଖେଳାଳିମାନେ ଏହାକୁ ବିଶ୍ୱାସ କରିପାରି ନଥିଲେ। କିନ୍ତୁ ସେତେବେଳକୁ ବିରାଟ୍‌ ପ୍ୟାଭିଲିୟନ୍‌ ଫେରିବା ନିଶ୍ଚିତ ହୋଇ ସାରିଥିଲା। ଖ୍ୱାଜା ଜମ୍ପ ମାରି କ୍ୟାଚ୍‌ କରିଥିବାରୁ କୁମିନ୍ସ ତାଙ୍କ ମୁଣ୍ଡକୁ ଗେଲ ମଧ୍ୟ କରିଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2RJcJXL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages