ହ୍ରାସ ପାଇଲା ଏଲପିଜି ଦର, ୨୦୧୯ ଜାନୁଆରୀ ୧ରୁ ଲାଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ହ୍ରାସ ପାଇଲା ଏଲପିଜି ଦର, ୨୦୧୯ ଜାନୁଆରୀ ୧ରୁ ଲାଗୁ

ନୂଆଦିଲ୍ଲୀ: ୨୦୧୮ର ଶେଷ ଦିନରେ କେନ୍ଦ୍ର ସରକାର ଉଭୟ ନନ୍‌ ସବ୍‌ସିଡି ଓ ସବ୍‌ସିଡି ଏଲପିଜି ସିଲଣ୍ଡରର ଦର ହ୍ରାସ କରିଛନ୍ତି। କ୍ରମାଗତ ଭାବେ ଦେଶରେ ତୈଳଦର ହ୍ରାସ ପାଉଥିବାରୁ ଖାଉଟିଙ୍କୁ ମହାଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ଆଜି କେନ୍ଦ୍ର ସରକାର ଏଭଳି ଦର ହ୍ରାସ କରିଛନ୍ତି। ସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ ପାଇଥିବା ବେଳେ ନନ୍‌ ସବ୍‌ସିଡି ଗ୍ୟାସ୍‌ ପିଛା ୧୨୦.୫୦ ଟଙ୍କା ହ୍ରାସ ପାଇଛି। ୨୦୧୯ ଜାନୁଆରୀ ୧ରୁ ହିଁ ଏହି ନୂଆ ଦର ଲାଗୁ ହେବ।

ପରିବର୍ତ୍ତିତ ଦର ଅନୁଯାୟୀ, ଆସନ୍ତାକାଲିଠାରୁ ୧୪.୨ କେଜିର ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡରର ଦର ୪୯୪.୯୯ ଟଙ୍କା ହେବ। ପୂର୍ବରୁ ଏହା ୫୦୦.୯୦ ଟଙ୍କା ଥିଲା। ସେହିପରି ନନ୍‌ ସବସିଡି ସିଲଣ୍ଡର ପାଇଁ ଗ୍ରାହକଙ୍କୁ ୬୮୯ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଗ୍ରାହକମାନେ ଏଥିପାଇଁ ୮୦୯.୫୦ ଟଙ୍କା ଦେଉଥିଲେ।

ଜୁନ୍‌ରୁ ନଭେମ୍ବର ମାସରେ ଗ୍ୟାସ ଦର କ୍ରମାଗତ ଭାବେ ହ୍ରାସ ପାଇଥିଲା। ତେବେ ଡିସେମ୍ବର ୧ରେ କେନ୍ଦ୍ର ସରକାର ସବସିଡି ଗ୍ୟାସ ଦରରେ ୬.୫୨ ଟଙ୍କା ଓ ନନ୍‌ ସବ୍‌ସିଡି ଗ୍ୟାସ ଦରରେ ୧୩୩ ଟଙ୍କା ହ୍ରାସ କରିଥିଲେ।



from Odisha Reporter http://bit.ly/2AnxyRI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages