
ମୁମ୍ବାଇ: ବଲିଉଡ୍ର ଅନେକ ଟପ୍ ଯୋଡ଼ି ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବରାଟ୍-ଅନୁଷ୍କାଙ୍କ ପରେ ଯଦି ଆଉ କେଉଁ ସେଲିବ୍ରିଟିଙ୍କ ବାହାଘରକୁ ନେଇ ଚର୍ଚ୍ଚା ଅଧିକ ହୋଇଥାଏ, ସେମାନେ ହେଲେ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍। ଦୁହେଁ ମଧ୍ୟ ବଲିଉଡ୍ର ଜଣେ ଜଣେ ଟପ୍ ଅଭିନେତ୍ରୀ। ଉଭୟେ ଏ ବର୍ଷ ଖୁବ୍ ଧୁମ୍ଧାମ୍ର ସହ ବିବାହ କରିଛନ୍ତି।
ଦୀପିକା ପାଦୁକୋନ୍ ନିଜ ଦୀର୍ଘ ଦିନର ପ୍ରେମିକ ଅଭିନେତା ରଣବୀର୍ ସିଂହଙ୍କୁ ବିବାହ କରିଥିବାବେଳେ ପ୍ରିୟଙ୍କା ଚୋପ୍ରା ତାଙ୍କ ଠାରୁ ବୟସରେ ଯଥେଷ୍ଟ ସାନ ଆମେରିକାର ସିଙ୍ଗର୍ ନିକ୍ ଜୋନସ୍ଙ୍କୁ ବାହା ହୋଇଛନ୍ତି। ଦୁହିଁଙ୍କ ବାହାଘରରେ ପୂରା ବଲିଉଡ୍ରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ନିକଟରେ ଦୀପିକାଙ୍କୁ ପ୍ରିୟଙ୍କାଙ୍କ ବାହାଘର ସମ୍ପର୍କରେ କିଛି ପ୍ରଶ୍ନ କରା ଯାଇଥିଲା। ଆସନ୍ତୁ ଜାଣିବା ଦୀପିକାଙ୍କ ଉତ୍ତର କ’ଣ ଥିଲା।
ଏକ ମ୍ୟାଗାଜିନ୍କୁ ଦେଇଥିବା ସାକ୍ଷତାକାରରେ ଦୀପିକା କହିଛନ୍ତି, ‘‘ପ୍ରିୟଙ୍କା ନିଜ ସମ୍ପର୍କରେ ସ୍ଥିରତା ବଜାୟ ରଖିଛନ୍ତି। ମୋତେ ନିକ୍ଙ୍କ କଥା ତ ଜଣା ନାହିଁ, ଆଉ ଯେତିକି ବି ମୁଁ ପ୍ରିୟଙ୍କାଙ୍କ ବିଷୟରେ ଜାଣିଛି, ତାଙ୍କ ପାଇଁ ସବୁ ଜନିଷର ଖୁବ୍ ଗୁରୁତ୍ୱ ରହିଛି। ଜଣେ ଭଲ ମଣିଷ, ଯିଏ କି ତାଙ୍କ ପ୍ରତିଟି କଥାରେ ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରୁଥିବ, ସେ ସେମିତି ଜଣଙ୍କୁ ପାଇଛନ୍ତି। ମୁଁ ଦୁହିଁଙ୍କ ପାଇଁ ଖୁସି।’’
from Odisha Reporter http://bit.ly/2CI0wgE
No comments:
Post a Comment